STORYMIRROR

କଳ୍ପନା ରାୟ

Children Stories

4  

କଳ୍ପନା ରାୟ

Children Stories

ବିଦ୍ୟାର୍ଥୀ

ବିଦ୍ୟାର୍ଥୀ

1 min
339


ହେ ବିଦ୍ୟାର୍ଥୀ, 

ବିଦ୍ୟା କହିଲେ ତୁମେ 

ଵହିଜ୍ଞାନକୁ ବୁଝ ବୋଧହୁଏ

ପୁସ୍ତକ ଜ୍ଞାନଠୁ ବଡ଼ କିଏ

ସାମାଜିକ ଜ୍ଞାନ ଅଟେ ସିଏ


ହେ ବିଦ୍ୟାର୍ଥୀ,

ତୁମେ ଜାଣିଛ କି ନାହିଁ

ଅବଧୂତଙ୍କ ଚଵିଶଗୁରୁ ବୋଲି

ବେଶ୍ୟାକୁ ସେ କରିଥିଲେ ଗୁରୁ ବି

ତେବେ ଆଚାର ବ୍ୟବହାର ବଡ଼ ଶିକ୍ଷା ଅଟଇ


ହେ ବିଦ୍ୟାର୍ଥୀ,

କଳେବଳେ କୌଶଳେ ନମ୍ବର ବେଶି

ରଖିଦେଲେ ବିଦ୍ୟା କୁହାଯାଏ ନାହିଁ

କାକ ସ୍ନାନ ବକ ଧ୍ୟାନ ବିଦ୍ୟାର୍ଥୀର ଲକ୍ଷଣ

ଆବଶ୍ୟକ ସ୍ନେହ ପ୍ରେମ ସାବଲୀଳ ଗୁଣ ବି


ହେ ବିଦ୍ୟାର୍ଥୀ,

ଦୁର୍ଯ୍ୟୋଧନ ବି ଜଣେ ଭଲ ବିଦ୍ୟାର୍ଥୀ

କିନ୍ତୁ ଅର୍ଜୁନ କାହିଁକି ପୂଜା ପାଆନ୍ତି

ହିଂସା ଅସୂୟା ପରଶ୍ରୀକାତରତାର

ତ୍ୟାଗ ଅପରିହାର୍ଯ୍ୟ ହୋଇପଡିଛି


ହେ ବିଦ୍ୟାର୍ଥୀ,

ପିତାମାତା, ଗୁରୁ, ଗୁରୁଜନଙ୍କ ଆଶୀର୍ବାଦ

ବିନା କିଏ ମଣିଷରେ ଗଣା ହୁଅନ୍ତି କି

ଟଙ୍କାର ମୋହ କୁପଥକୁ ଟାଣି ନିଏନି କି

ସତ ସୁମାର୍ଗର ଦିଗଦର୍ଶନ ଦିଏ,ଜାଣିଛ କି ??


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ