STORYMIRROR

କଳ୍ପନା ରାୟ

Romance

3  

କଳ୍ପନା ରାୟ

Romance

ଜହ୍ନ

ଜହ୍ନ

1 min
275


ଜହ୍ନ, ତୁ ଥାଉ ଦରୋଟି ଭାଷା ବୁଝୁଥିବା ଶିଶୁ ପାଖରେ

ଅଝଟିଆ ଶିଶୁର ମାଆ ହାତରେ 

କାନ୍ଦୁଥିବା ଶିଶୁର ରାହାରେ

ତୋର କି ମାଧୁର୍ଯ୍ୟ !! କି ଶୀତଳତା !

ତୋର ଶୀତଳତା ବୋଧେ ରାଗିବା ଶିଶୁକୁ ବୁଝାଏ


ଜହ୍ନ, ତୋର ଠିକଣା ବୋଧେ କୁଆଁରୀ କନ୍ୟାର ହୃଦୟରେ

ଯେମିତିକି କୁମାରପୂର୍ଣ୍ଣିମାର ଗାଁ ଦାଣ୍ଡରେ ବା ଅଗ୍ନିଉତ୍ସଵର ଖଳାରେ

ଅଗ୍ନିଉତ୍ସବରେ ସତେକି ପ୍ରତିଯୋଗିତା କରୁ ନିଆଁ ସହ


ଜହ୍ନ, ତୋର ଠିକଣା ହୁଏତ ରୂପସୀ କଇଁ କୋଳରେ

ନା ପ୍ରେମମୟୀ ପ୍ରିୟାର ଚାହାଣିରେ

ତୁ ହୁଏତ ଥାଉ ଭଉଣୀର ଅନିସନ୍ଦିତ୍ସାରେ ରାକ୍ଷୀଟିଏ ହୋଇ


ଜହ୍ନ, ତୋର ଠିକଣା ହୁଏତ ଗାଈମାନଙ୍କ ଗୋଗୋଷ୍ଠରେ

ଗୋପପୁରର ଯମୁନାରେ ଗହ୍ମାପୂର୍ଣ୍ଣିମା ପାଳନରେ

ନା ରାସପୂର୍ଣ୍ଣିମାର ଚଉଁରାମୂଳରେ ବିଧବାଙ୍କ ମେଳରେ

ତୋର ଠିକଣା କ'ଣ ସବୁ ପର୍ବପର୍ବାଣିରେ !!!


ହଁ, ଦିନ ଥିଲା ସାଧବଝିଅ ତୋତେ ଖେଳିବାକୁ ମାଗିଥିଲା

ଆଜି ବିଜ୍ଞାନୀ ତାର ଘର ଠିକଣା କରିବାକୁ ଚେଷ୍ଟା ଚଳାଇଛି

ତୋର ନିଶ୍ଚିତ ଠିକଣା କିନ୍ତୁ ଛୁଆମାନଙ୍କ ଖେଳକୁଦରେ

ତୋତେ ଦେଖି କେଉଁ ଶିଶୁର ମନ ଖୁସି ନ ହୁଏ !!

କେଉଁ ପ୍ରେମୀ ଆନମନା ନ ହୁଏ ତୋର ଦର୍ଶନରେ !!


ଜହ୍ନ, ତୋର ନିଶ୍ଚିତ ଠିକଣା ତ କବିର ଲେଖନୀରେ

କବିବର ରାଧାନାଥ ତାଙ୍କ ଚିଲିକା କାବ୍ୟ, ମହାନଦୀରେ ଜ୍ୟୋତ୍ସ୍ନାବିହାର ତୋତେ ଦେଖି ତ ଜନ୍ମ ଦେଇଥିଲେ

ଗଙ୍ଗାଧର ମେହେର ତାଙ୍କ ତପସ୍ଵିନୀରେ କ'ଣ ଛାଡିଛନ୍ତି !!


ଜହ୍ନ, ତୋର ଠିକଣା ହୁଏତ ରାତିର ସ୍ୱପ୍ନରେ

ତୁ ପିଲାମାନଙ୍କ ମାମୁଁ, ଯୁବାବସ୍ଥାରେ ପ୍ରେମ

ପୁଣି ସର୍ବମୟ କର୍ତ୍ତାଙ୍କ ନମସ୍ୟ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ

Similar oriya poem from Romance