STORYMIRROR

କଳ୍ପନା ରାୟ

Inspirational

3  

କଳ୍ପନା ରାୟ

Inspirational

ଲକ୍ଷ୍ମଣ ରେଖା

ଲକ୍ଷ୍ମଣ ରେଖା

1 min
267


ଲକ୍ଷ୍ମଣ ଟାଣିଲେ ତିନିଗାର ଵୋଲି

ଶୁଣି ଆସୁଛୁ ଜେଜେମା ଗପରୁ 

କେତେ କେତେ ଗପ କହେ ଆମକୁ ସେ

ରାମାୟଣ ଗୋଟେ ସେଥିରୁ 


ରାମ ବନବାସ ସ୍ଵର୍ଣ୍ଣ ମୃଗ କଥା

ଆକର୍ଷଣୀୟ ସେଥିରେ 

ରାମ ଜାଣିଥିଲେ ସ୍ଵର୍ଣ୍ଣମୃଗକୁ ତ

ଯାଇଥିଲେ ସେ ଆଣିରେ 


ମାୟାମୃଗ ଡାକିଥିଲା ରାମରାମ

ଦୁଃଖିତ ହେଲେ ଵୈଦେହୀ

ପଠାଇଲେ ସୀତା ଦେବର ଲକ୍ଷ୍ମଣ

ସାହାଯ୍ୟ କରିବା ପାଇଁ 


ଲକ୍ଷ୍ମଣ ଟାଣିଲେ ତିନିଗୋଟି ଗାର

ଭାଉଜଙ୍କ ରକ୍ଷା ପାଇଁ 

ରାବଣକୁ ଭିକ ଦେବାକୁ ଜାନକୀ 

ତିନିଗାର ଗଲେ ଡେଇଁ 


ପଡିଲା ବିପତ୍ତି ରାବଣରଠାରୁ 

ଅଯୋଧ୍ୟାର ପ୍ରଜା ପୁଣି 

ଛାଡିବାକୁ ପଡିଥିଲା ସୀତା ରାମଙ୍କୁ 

ପ୍ରଜାରଞ୍ଜନ ରଘୁମଣି


ଧନ, ଜନ, ଜ୍ଞାନ ସବୁ ଅଟେ ତୁଚ୍ଛ 

ଗୋଟିଏ ଭୁତାଣୁ ଆଗରେ 

ଟାଣିଦେଲେ ଗାର ମୋଦୀଜୀ ଆମର

ଲକ୍ଷ୍ମଣ ଗାର ଆମ ଘରେ 


ଘର ଆମ ଅଟେ ଶ୍ରେଷ୍ଠ ଆଶ୍ରୟସ୍ଥଳୀ 

ଏକଥା ଭୁଲିବ ନାହିଁ 

ତିନିଗାର ସିଏ ସତ୍ୟ, ଧର୍ମ, ନ୍ୟାୟ 

କରୋନା ସଂକ୍ରମଣ ହେବନାହିଁ 


ଭୁଲିଗଲେ ଆମେ ପାରିବାନି କେଵେ

ନାହିଁ ହନୁମାନ,ସୁଗ୍ରୀଵ, ନଳ

କରୋନା ଭୂତାଣୁ ଅଟେ ମହା ଗର୍ଵୀ

ଦେଖାଇ ଦେବ ତା ଖେଳ 


ଲକ୍ଷ୍ମଣ ଚରିତ ସମସ୍ତେ ଜାଣନ୍ତି 

ସେ କଥା କହିଛନ୍ତି ମୋଦୀ 

ନ ମାନିବ ଯଦି ହେବ ନିଶ୍ଚୟ ବରଵାଦୀ

ସଂକ୍ରମଣ ହେବ ଗୋଡାଇ


ମାନିଗଲେ ଭାଇ କିଛି କଷ୍ଟ ନାହିଁ 

ଘରେ ବହୁତ କାମ ହେବ

କଳାର ଉତ୍କର୍ଷ ଆମର ଏ ଦେଶ

ତାକୁ ଵି ଶିଖି କରିଵ


ବଢି ବଢି ଚାଲିଛି ସଂକ୍ରମଣ ଏଵେ

ମାନି ଯା ମୋଦୀଜୀ କଥା

ରାଜ୍ୟ ସରକାର ନିଷ୍ପତ୍ତି ଵି ସେୟା

ନ ହେଲେ ବଢିବ ବ୍ୟଥା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ

Similar oriya poem from Inspirational