Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Children

4.4  

DILIP KUMAR SAHOO

Children

ବୋଝ

ବୋଝ

1 min
473


 

କଅଁଳ ବୟସେ କାମର ବୋଝ

କଅଁଳ ପାଦକୁ କଣ୍ଟାର ଶେଯ l

କୁନି ପିଠିରେ ମୋ' ବାହାରେ କୁଜ

ପେଟ ପାଇଁ ଖଟେ ସକାଳୁ ସଞ୍ଜ ।

ଶିଶୁ ଶ୍ରମିକ ମୁଁ ଶୁଣ ମୋ ଦୁଃଖ

ରୂପ ଭେକକୁ ମୋ ଥରଟେ ଦେଖ l

ସାତ ସପନତ ମୋ ପାଇଁ ସୁଖ

ପେଟ ପୋଶିବାକୁ ହେଲି ମୂରୁଖ ।

ପରଘରେ ବୋଉ ପାଇଟି କରେ

ବାପାଙ୍କର ଦିନ ଭାଟିରେ ସରେ l

ନାଲିଆଖି ଦେଖି ତାଙ୍କୁ ମୁଁ ଡରେ

ଆଖିର ଲୁହ ମୋ ଆଖିରେ ମରେ ।

ପାଠ ପଢିବାକୁ ହେଉଛି ମନ

ଖାତା କଲମ ତ ମୋତେ ସପନ l

ଭାତ ଖାଇବାକୁ ନାହିଁ ତ ଧନ

କାମ କରିକରି ସରୁଛି ଦିନ ।

ସପନ ଦେଖିବା ମୋ ପାଇଁ ମନା

କାମ ବୋଝ ବୁହେ ଅବନା ବନା l

ସମୟକୁ କହେ ମୋ ଆଡେ ଅନା 

କଅଁଳ ଆଶାକୁ କରନି ଚୁନା ।

ବୁଝ ଥରେ ମୋର ମନର କଥା

ଦିଅ ମୋତେ ବହି କଲମ ଖାତା l

ପଢିବି ଲେଖିବି ଖଟାଇ ମଥା

ନିଶ୍ଚୟ ହୋଇବି ଜଗତଜିତା ।


Rate this content
Log in

Similar oriya poem from Children