Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kadambari Mohakhud

Children Stories Children

4.6  

Kadambari Mohakhud

Children Stories Children

" ପାଦ " ( କାଦମ୍ବରୀ ମହାଖୁଡ଼ )

" ପାଦ " ( କାଦମ୍ବରୀ ମହାଖୁଡ଼ )

1 min
408



ପାଦର ପ୍ରଥମ ସ୍ପର୍ଶ 

ମା ଗର୍ଭରେ ,

ମା' ର ଅପୂର୍ବ ଖୁସି

ସେ ପାଦ ସ୍ପର୍ଶରେ ||


ଜନ୍ମର ପ୍ରଥମ ପାଦ ଚିହ୍ନ 

ବାପାଙ୍କ ଗାଲରେ 

ସତେ ଅବା ଭାଗ୍ୟରେଖା 

ପଢ଼ନ୍ତି ମୋ ପାଦରେ ||


ଭୂମିର ପ୍ରଥମ ସ୍ପର୍ଶ 

ପାଉଁଜିର ଋଣଝୁଣରେ 

ପାଦକୁ ଆଗକୁ

 ବଢ଼ାଇ ନିଅନ୍ତି 

 ବାପା କେତେ 

ହାତ ଠାରିରେ ||


କେବେ ଚୁପିଛୁପି

ଲୁଚି ଛପି 

ଟାଣେ ମା'ର କାନି ,

ଆଉ କେବେ 

ପାଦ ଚିପି ଲୁଚିଯାଏ 

ବାପା ଆସନ୍ତି ଜାଣି ||


ମା ପାଦରେ ପାଦରଖି 

ଚାଲିବା ଶିଖିଛି ,

ସରୁ ଅଳତା ପାଦେ ପାଉଁଜି 

ସେ କେତେ ସଜାଇଛି ||


ସକାଳୁ ସଞ୍ଜ ଯାଏଁ 

କୃତିମ ମେସିନ ପରି 

ମା'ର ପାଦ 

କାମ କରୁଛି ,

ହେଲେ ବୁଝି ପାରେ ନାହିଁ ..... !

ଏତେ କାମ ପରେ 

ମା ର ପାଦ 

ଥକେନି କେମିତି ....?????


କାନ୍ଧରେ ମୁଁ ପାଦ ରଖି 

ଦୁନିଆ ଦେଖିଛି ,

ପାଦରେ ମୁଁ ଥକି ଗଲେ 

ବାପା କେତେ ଆଉଁସନ୍ତି ,

ହେଲେ ବୁଝି ପାରେ ନାହିଁ ....!

ଏତେ କାମ କରି 

ବାପାଙ୍କର ପାଦ 

ଥକେନି କେମିତି ....?????

ପାଦ ଥକେନି କେମିତି ......!!


Rate this content
Log in