STORYMIRROR

Bimala Sankar Dash

Children

3  

Bimala Sankar Dash

Children

ମୁଁ ହେବି ଦିନେ ଭଲ ମଣିଷ

ମୁଁ ହେବି ଦିନେ ଭଲ ମଣିଷ

1 min
368

ମୁଁ ହେବି ଦିନେ ଭଲ ମଣିଷ 

     ଭଲ କାମକରି   ରଖିବି ଯଶ (ପଦ) 


ଭଲକଥା ସବୁ   ମନେ ରଖିଣ 

ଯେତେ ଭଲକାମ  କରିବି ଜାଣ (୨ଥର) 

ଭଲ କଲେ .... ଭଲ ମିଳେ ...

    ଭଲ ଜିନିଷରେ ସଭିଏଁ ବଶ ...........(୧) 


ଖରାପ ଲୋକଙ୍କୁ  କରିବି ପର 

କୁଃସଙ୍ଗ ମେଳରୁ  ରହିବି ଦୂର (୨ଥର) 

ମନ୍ଦ ଲୋକ ....ହେଲେ ମିତ....

    ଜାଣିଛି ମୁଁ ଦିନେ  ହେବି ବିନାଶ ......(୨) 


ମିଥ୍ୟାପଥେ ଚାଲି  ନ ବଢୁ ମାନ 

ସତ୍ଯପଥେ ଚାଲି   ଯାଉ ପରାଣ (୨ଥର) 

କହି ସତ .....ମିଳୁ କ୍ଷତ.... 

    ସତ୍ଯ ବଚନରେ ହେବି ହରଷ.........(୩) 


ନିଜ ସ୍ବାର୍ଥ ଭୁଲି   ହେବି ନିଃସ୍ବାର୍ଥ 

ପର ଉପକାର   ହେବ ମୋ ବ୍ରତ (୨ଥର) 

ଦୁଃଖୀରଙ୍କି ... ସେବା କରି.... 

    ତନୁ ମନ ଧନ   କରିବି ଶେଷ......(୪)


ମାଆ ମାଟି ପାଇଁ  ଦେବି ଜୀବନ 

ସୁସନ୍ତାନ ହୋଇ   ରଖିବି ମାନ (୨ଥର)    

ନ୍ଯାୟ ଧର୍ମ.... ଅହିଂସାର.... 

    ଅସ୍ତ୍ର ଧରି ହସ୍ତେ    ଗଢିବି ଦେଶ ....(୫) 

     

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children