STORYMIRROR

Bimala Sankar Dash

Children

4  

Bimala Sankar Dash

Children

ପିଲାଦିନର ଗାଥା

ପିଲାଦିନର ଗାଥା

1 min
456

ଶିଶୁ କବିତା...

ଏଇ ଗାଆଁ ମୋ  ଜନମ ମାଟି 

ମୋ ପିଲାଦିନ   କଟିଛି ଏଠି ।।

ଜୀବନେ କେତେ ଦେଇଛି ଭେଟି 

ରଖିବି ଦିନେ    ତା'ରି ନାଆଟି ।। 

ଗାଁ ବାଲି ଧୂଳି   ମୁଣ୍ଡରେ ବୋଳି 

ଖେଳିଛି ଖେଳ   କରି ମୁଁ କଳି ।।

ବୋଉ ପାଖରେ  କରିଛି ଅଳି 

ଗାଁ ତୋଟାରେ   ଖେଳି ମୁଁ ଦୋଳି ।। 

ବଣ ପାହାଡ    କେତେ ବୁଲିଛି

ଭଳି କି ଭଳି    କୋଳି ଖାଇଛି ।।

ଗାଆଁ ପୋଖରୀ  ପ୍ରିୟ ମୋହରି 

କଇଁ ତୋଳିଛି   କେତେ ପହଁରି ।।

ଚାଟଶାଳୀରେ   ପାଠକୁ ଡରି

ଲୁଚି ଫେରିଛି   ବସ୍ତାନୀ ଧରି ।।

ବାପାଙ୍କ ହାତ   ହାତେ ଧରିଛି 

ବଜାର ହାଟ    କେତେ ବୁଲିଛି ।।

ଦିନେ ମୁଁ ବଡ   ହାକିମ ହେବି

ଗାଆଁକୁ ଛାଡି   ସହର ଯିବି ।।

ଗାଆଁ ଠୁ ଯେତେ ଥିଲେ ଦୂରେଇ 

ପିଲାଦିନକୁ     ଭୁଲି ନ ଯାଇ ।।

ବଡ଼ ମଣିଷ    ଦିନେ ହୋଇବି 

ଗାଆଁ ମମତା   ଭୁଲି ନ ଯିବି ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children