STORYMIRROR

Asish Behera

Inspirational Children

4  

Asish Behera

Inspirational Children

ଗୁରୁ(ଶିକ୍ଷକ)

ଗୁରୁ(ଶିକ୍ଷକ)

1 min
339


ଅଜ୍ଞାନ ଅନ୍ଧାରେ ଆଲୋକ ଦେଖାନ୍ତି

ଶିଷ୍ୟଙ୍କୁ ଜୀବନ ସାରା

ଅମା ଅନ୍ଧକାର ନାଶନ୍ତି ସିଏ ଯେ

ପୂର୍ଣ୍ଣ ଚନ୍ଦ୍ର ହୋଇ ପରା ।


ଗୁରୁ ବିନା ଶିଷ୍ୟ ମାଟିର ପିତୁଳା

ହୁଏନି ଜୀବନ୍ତ ମୂର୍ତ୍ତି

ଗୁରୁହାତ ଟିକେ ଲାଗିଗଲେ ଶିଷ୍ୟେ 

ବଢିଯାଏ ତାର କୀର୍ତ୍ତି ।


ଗୁରୁ ଏକା ବ୍ରହ୍ମା ଗୁରୁ ଏକା ବିଷ୍ଣୁ

ଗୁରୁ ଅଟନ୍ତି ମହେଶ

ଅମା ଅନ୍ଧକାରୁ ଛାତ୍ରଟିକୁ କାଢି

ହୁଅନ୍ତି ସିଏ ହରଷ ।


ଯେତେ ଧନରତ୍ନ ଦକ୍ଷିଣା ଦେଲେବି

ଶୁଝି ହୁଏନାହିଁ ଋଣ

ଯଥେଷ୍ଟ ସମ୍ମାନ ଦେଉଥିଲେ ତାଙ୍କୁ

ହୋଇଥାଏ କିଛି କ୍ଷୁର୍ଣ୍ଣ


ଯେତେ ଦେବଗଣ ଜନ୍ମିଥିଲେ ଭବେ

ଗୁରୁଙ୍କ ହୋଇଲେ ଶିଷ୍ୟ

ଗୁରୁ ଏକା ଜ୍ଞାନ ଗଙ୍ଗା ଢାଳିଥାନ୍ତି 

ଗୁରୁ ହିଁ ଜୀବନେ ଶ୍ରେଷ୍ଠ

   ଗୁରୁହିଁ ଜୀବନେ ଶ୍ରେଷ୍ଠ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational