Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sujata Rout

Abstract

4  

Sujata Rout

Abstract

ଡାକ୍ତର

ଡାକ୍ତର

1 min
182



ସାରା ବିଶ୍ବଆଜି କରେ ଜୟଗାନ

ସେବାପାଇଁ ମହିୟାନ 

ଦ୍ଵିତୀୟ ଈଶ୍ୱର କର୍ମପାଇଁ ସିନା

ମହାତୁମ ଅବଦାନ ।

କରୋନା କବଳେ ବିଶ୍ଵଜନ ଆଜି

ହୋଇଛନ୍ତି ଭୟଭୀତ

ଘଡିସନ୍ଧି ଏହି ସଙ୍କଟ ବେଳରେ

ତୁମେବଳ ତୁମେମିତ ।

ରୋଗିଟିର ତୁମେ ସାହା ଓ ଭରସା

ମରଣ ଦୁଆରୁ ତୁମେ

କେବେ କେବେ ପୁଣି ଫେରେଇ ଆଣିଛ

ବାନ୍ଧି ସ୍ନେହ,ଶ୍ରଦ୍ଧା ପ୍ରେମେ ।

ସାରା ବିଶ୍ବ ଆଜି ପାଳୁଛି ଦିବସ

ତୁମର ପ୍ରଶଂସା କରି

ଏହି ବିଶ୍ୱାସଟି ଦୃଢୀଭୂତ ହେଉ

ଥାଅତୁମେ ତୁମପରି ।

ଅନେକ କ୍ଷେତ୍ରରେ ଶୁଣିବାକୁ ମିଳେ

ତୁମନାମେ ନିନ୍ଦା,ଗାଳି

ଅର୍ଥପାଇଁ ପରା କେତେଯେ ଜୀବନ

ଅକାରଣେ ଯାଏଚାଲି ।

ସେବା ନାମେ ନେବା ନରଖି ମନରେ

ନିଃସ୍ୱାର୍ଥରେ କର୍ମକରି

ଦୁଃଖୀଜନେ ଦୟା ରହିଥାଉ ମନେ

ଅର୍ଥ ,ସ୍ବାର୍ଥ ପଛକରି ।

କେତେଯେ କଲ୍ୟାଣ ଅଜାଡ଼ି ପଡ଼ିବ

ଜୀବନ ସାର୍ଥକ ହେବ

କ୍ଷଣସ୍ଥାୟୀ ଏହି ଜୀବନ ପରେବି

ତୁମଯଶ ରହିଥିବ ।

ରୋଗ ସମୟରେ ଡାକ୍ତର ଖାନାରେ

ତୁମେବନ୍ଧୁ ସହୋଦର

ତୁମସେବା,ଧର୍ମ ସାହସ ପ୍ରେରଣା

ରୋଗୀପାଇଁ ଦରକାର



Rate this content
Log in

More oriya poem from Sujata Rout

Similar oriya poem from Abstract