STORYMIRROR

Manaswini Dash

Abstract

4  

Manaswini Dash

Abstract

ବେଦନା ଏକ ନିରବ ମଣିଷର

ବେଦନା ଏକ ନିରବ ମଣିଷର

1 min
269

ମୁଁ ପାଲଟି ଯାଇଛି ଏକ ନିରବ ମଣିଷ 

ଦୁନିଆର ଗହଳି ଭିତରେ କେତେବେଳେ ଯେ

ମୁଁ ବାଛନ୍ଦ ହୋଇଗଲି ଜାଣିପାରିଲିନି 

କେତେବେଳେ ଯେ ବଞ୍ଚିବାର ମଧୁମୟ ସ୍ୱପ୍ନ

ଦିଗହରା ହୋଇଗଲା 

କେତେବେଳେ ଲିଭିଗଲା ଭଙ୍ଗୁର ଛାତିରୁ

ଆକାଂକ୍ଷାର ପଦଚିହ୍ନ 

କେତେବେଳେ ଯେ ବେସୁରା ହୋଇଗଲା ଜୀବନର ଚିରନ୍ତନୀ ଶାଶ୍ୱତ ସଂଗୀତ 

କିଛିବି ଜାଣିପାରିଲିନି ମୋ ସଚେତନ ମନରେ 

ସବୁ ଲାଗେ ଆଜି ଅନୁତ୍ତରିତ ପ୍ରଶ୍ନ 

ଚାରିକାନ୍ଥ ଭିତରେ ବାରମ୍ବାର କରୁଛି ମୁଁ ନିରବ ସଂଗ୍ରାମ 

ସବୁ ଆଡେ ବିଶ୍ୱାସଘାତକତା, ନିରବତା

ଆଉ ପ୍ରତାରଣାର ନଗ୍ନ ଉଦାହରଣ 

ବାରମ୍ବାର ଆଖିରେ ମୋର ଲୋତକର ଉତ୍ତାଳ ନୃତ୍ୟ 

ସବୁବେଳେ ଦୁଃଖକୁ ଆଦରିନେଇଥିବା ନିରୀହ ଆତ୍ମାଟିକୁ ସାମାନ୍ୟ ଖୁସି ଯେମିତି ଆଣିଦେଉଛି

ଅନେକ ଦିନର ପ୍ରତିକ୍ଷୀତ ଉଲ୍ଲାସ 

ପ୍ରତିଟି ମୁହୁର୍ତ୍ତ ମୋର ସଂଗ୍ରାମ ପାଇଁ

ରଚିତ ଏକ ଅଭିନଵ ଇତିହାସ 

ଆଉ ବଞ୍ଚି ରହିବା ପାଇଁ ଅପ୍ରମିତ ପ୍ରଚେଷ୍ଟା 

ତଥାପି ପ୍ରତୀକ୍ଷା ନବ ସ୍ୱପ୍ନରେ ବିଭୋରିତ ଏକ ସକାଳ ପାଇଁ 

ଜାଣେନି ସେଦିନ ବଞ୍ଚିରହି ଆକାଶକୁ ଚାହିଁଥିବି ନା ନିରବତା ଭିତରେ ନିରବୀ ଯାଇଥିବି ସବୁଦିନପାଇଁ.....।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract