Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଶ୍ୟାମ ଆସିବ କି ସତେ !

ଶ୍ୟାମ ଆସିବ କି ସତେ !

1 min
257


କାମ ପ୍ରବଣ ଏ କର୍ମ ନଦୀ ତୀରେ

ବଂଶୀ ବାଜିବ କି ସତେ !

ହୃଦାକାଶେ ଘନ ଜଳଦ ଆଡେ଼ଇ

ଶ୍ୟାମ ଆସିବ କି ସତେ !

ଭାରି ଗୋଳ ଏ ମରତେ

କୋଟି କୋଟି କଂସ ବିରାଜିତ ଏଠି

କା ଭଣଜା ହେବ ସତେ !

କୁହ !

ଶ୍ୟାମ ଆସିବ କି ସତେ !


କୋହ ଛଳ ଛଳ ଚମକେ ଆଖିରେ

ଦୁଃଖ ଏଠି ଅବିରତେ,

ଗ୍ରସିତ ପରାଣ ଉଦବିଗ୍ନ ହୁଏ

ମାୟାର ମୃଦୁ ସଂଘାତେ,

ଚଞ୍ଚଳ ଚତୁର ଚିତ୍ତେ,

ବନ୍ଦୀ ଆଜି ଆତ୍ମା କୁହ ହେ ମାଧବ

ଦେଖା ଦେବ କି ମୁହୂର୍ତ୍ତେ

କୁହ !

ଶ୍ୟାମ ଆସିବ କି ସତେ !



Rate this content
Log in

Similar oriya poem from Abstract