STORYMIRROR

Satyanarayan Sahoo

Abstract

4  

Satyanarayan Sahoo

Abstract

ସଂପର୍କର ସେତୁ

ସଂପର୍କର ସେତୁ

1 min
208


ରାକ୍ଷୀ ପୂର୍ଣ୍ଣିମା ତିଥିରେ ପାଳନ

ରକ୍ଷା ବନ୍ଧନ ବ୍ୟବସ୍ଥା

ଅନୁଧ୍ୟାନ କରି ଜଣା ଯାଏ ତାହା

ସ୍ନେହ ପ୍ରେମ ଶ୍ରଦ୍ଧା ଆଦର ଆଦର୍ଶ

 ଆଧାରିତ ସୁବ୍ୟବସ୍ଥା ।


ବନ୍ଧନ କରନ୍ତି ଭାଇ ମାନଙ୍କର

 ହାତରେ ଭଉଣୀ ମାନେ 

ଭଳି ଭଳି କେତେ ରାଖୀ ନାନା ମତେ

ବଜାରରୁ କିଣି ଆଣି ।

 

ରାଖୀ ଟିଏ ଅଟେ ସଂପର୍କ ର ସେତୁ

ସ୍ନେହ ପ୍ରେମ ଅନୁରାଗ

ଭଲପାଇବା ର ବାର୍ତ୍ତା ବହନ ରେ

ଥାଏ ଯେ ନିତି ସଜାଗ ।


ଅତୀତ ଯୁଗ ରୁ ବର୍ତ୍ତମାନ ଯାଏ

ପ୍ରଚଳିତ ପରମ୍ପରା

ମହା ଭାରତୀୟ ଜାତୀୟ ସଭ୍ୟତା

ସଂସ୍କୃତି ଚେତନା ଧାରା ।


ଐକ୍ୟ ସଂହତିର ବିସ୍ତାର ପ୍ରସାର

କରିଥାଏ ଯାହା ଚିର

ସଂପର୍କ ସୂତ୍ର ରେ ବନ୍ଧନ ସେ କରେ 

ଭାଇ ପାଇଁ ଭଉଣୀ ର ।


ଚିନ୍ତା, ଭାବ, ସ୍ନେହ ଶ୍ରଦ୍ଧା ଲାଭ ହିତ

ସହିତ ଜଡିତ ବହୁ

ବିଷୟ ଗୁଡ଼ିକୁ ପ୍ରତ୍ୟକ୍ଷ ଭାବରେ

ପ୍ରକାଶ କରଇ ଯେହୁ ।


ଅତୁଟ ଆଶ୍ରା ଓ ଭରସା ସପନ

 ସ୍ପନ୍ଦନ ଆହ୍ବାନ ମାନ

କ୍ଷୁଦ୍ର ରାଖୀ ଟିଏ ଯୋଡ଼ି ପାରି ଥାଏ

 ଦୂର କରେ ଅଭିମାନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract