ଯନ୍ତ୍ରଣା
ଯନ୍ତ୍ରଣା
ଜୀବନ ଯନ୍ତ୍ରଣା ଦାଉ ସାଧୁଛି କାହାକୁ କହିବି ଆଉ
କେହି ନୁହେଁ ନିଜର ସଭିଏଁ ପର ସାହା ମୋ ମହାବାହୁ
କିଏ ଦିଏ ଯନ୍ତ୍ରଣା ଦିନ ରାତି ମୋତେ
କହି ହୁଏ ନାହିଁ ସହିବି ଆଉ କେତେ
କିଏ ଦିଏ ଶରୀର କୁ ଯନ୍ତ୍ରଣା ଜାଣି ଜାଣି
ମନ କୁ କିଏ ଦେଉଛି ଆଘାତ କହି କଟୁ ବାଣୀ
ହୃଦୟ ମୋର ପଥର ନୁହେଁ ପାରୁ ନାହିଁ ସହି
ଛାତିର କୋହ ବହି ଯାଏ ମୋ ନିର ହୋଇ
ଯାହାକୁ ଭାବୁଛି ଆପଣାର ସାଥି ଟିଏ ବୋଲି
ଜୀବନେ ମୋର ଦେଉଛି ଯନ୍ତ୍ରଣା କାହାକୁ କହିବି ଖୋଲି
କେବେ କେଉଁଠି ଦୁଃଖ ଭୋଗୀବାକୁ ହୁଏ
କେବେ ଶରୀର କୁ କେବେ ମନ କୁ ଯନ୍ତ୍ରଣା ରେ ଭରି ଦିଏ
ଦୁନିଆ ରେ କେହି କାହାକୁ ନିଜର ଭାବେ ନାହିଁ
ନିଜର ଭାବିଲେ ଯନ୍ତ୍ରଣା ଦେବ କୁହ କାହିଁ ପାଇଁ ll