STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ମୁଁ ନୁହେଁ ମୁଁ

ମୁଁ ନୁହେଁ ମୁଁ

1 min
349

କିମ୍ପା ନୁହେଁ ମୁହିଁ    ମୁହିଁ ଭି ରହିଛି

     ଅମୂଲ୍ୟ ଅମୃତ କାଳେ,

ପ୍ରବେଶ ତାହାର    ପନ୍ଦର ଅଗଷ୍ଟୁ

     ଜଡ଼ିତ କର୍ତ୍ତବ୍ୟ କଳେ।


ଲାଲ୍ ଦୁର୍ଗ ଠାରୁ     ପାଞ୍ଚଟି ଶପଥ

     କଲେ ଅମୃତର କାଳେ,

ପଚିଶ ବରଷ     ପାଇଁରେ ଶପଥ

     କର୍ତ୍ତବ୍ୟର ଶକ୍ତି ବଳେ।


ବିକଶିତ ରାଷ୍ଟ୍ର     କରିବା ନିର୍ମାଣ

    ଆତ୍ମନିର୍ଭରଟି ହୋଇ,

ଆତ୍ମବିଶ୍ବାସଟି      ଜାଗ୍ରତ କରିବା

  ନିତ୍ୟେ କର୍ମଯୋଗୀ ହୋଇ।


ଅଟେ ପରା ଏହୁ    ପ୍ରଥମ ଶପଥ    

    ଅମୃତ କାଳର ମନ୍ତ୍ର,

ରାଷ୍ଟ୍ରର ନିର୍ମାଣ    ପ୍ରଥମ କର୍ତ୍ତବ୍ୟ

    ଦେଶବାସୀଙ୍କର ମନ୍ତ୍ର।


ଦାସତ୍ୱର ଅଂଶ    ନରହୁ ଜୀବନେ

    ଆମେତ ସ୍ବତନ୍ତ୍ର ପରା,

ରହିଛି ବିଚାର     ଦାସତ୍ବର ଏଠି

    ମନୁ କର ଦୂର ସାରା।


ଦାସତ୍ବର ଭାବ    ଦୂରହେଉ ଦେହୁ

   ଆସିଛି ଅମୃତ କାଳ,

ଆତ୍ମ-ସମର୍ଥନ    ଗୁଞ୍ଜୁ ଜୀବନରେ

   ଆସିଛି ସୁବର୍ଣ୍ଣ କାଳ।


ଗର୍ବିତ ହୁଅ ହେ    ଦେଶ ବିରାସତେ

   ଯୁଗ ସୁବର୍ଣ୍ଣର କଥା,

ସେହୁ ଯୁଗ ପୁଣି  ଆବିର୍ଭୂତା ଦେଶେ

    ଶକ୍ତି ବିଶ୍ବଗୁରୁ ଯଥା।


ଦ୍ବିତୀୟ ତୃତୀୟ   ହେଉଏ ଶପଥ

   ଗୁଞ୍ଜୁ ହୃଦୟରେ ନିତ୍ୟେ,   

ହୁଅ ପଥଗାମୀ    ଶପଥ କରିଣ

   କର୍ମପଥେ ପରା ନିତ୍ୟେ।


ଚତୁର୍ଥ ଶପଥ     ଏକତ୍ରିତ ହୁଅ

   ଏକତା ମନ୍ତ୍ରକୁ ଧରି,

ଏକତାର ବଳୁ    ରାଷ୍ଟ୍ରର ଉନ୍ନତି

   କର୍ମ ଓ କର୍ତ୍ତବ୍ୟ ଧରି।


ପଞ୍ଚମ ଶପଥ     ମନୁଷ୍ୟ କର୍ତ୍ତବ୍ୟ

   ପ୍ରଧାନମନ୍ତ୍ରୀ ଭି ତହିଁ,

ମୁଖ୍ୟମନ୍ତ୍ରୀ ମଧ୍ୟ   କର୍ତ୍ତବ୍ୟେ ଜଡ଼ିତ

   ଅମୃତ କାଳରେ ଯହିଁ।


କର୍ତ୍ତବ୍ୟରେ ନିଷ୍ଠା   ଜରୁରୀ ଭାଇରେ

   ନୂଆ ଭାରତର ମନ୍ତ୍ର,

ଦୂର ଭ୍ରଷ୍ଟାଚାର    ରାଷ୍ଟ୍ରର ଭିତରୁ

   ରାଷ୍ଟ୍ରର ସଂକଳ୍ପ ମନ୍ତ୍ର।


ପରିବାରବାଦ     ରାଜନୀତି ରାଷ୍ଟ୍ରେ

   ଅଭିଶାପ ଅଟେ ଜାଣ,

ଜାତିବାଦ ଆଉ    ଆତ୍ମୀୟତାବାଦ

   କଳଙ୍କିତ କରେ ଶୁଣ।


ଦୂର କରିବାକୁ     ଏପରି ଧାରାକୁ

   ବିକାଶେ କଳଙ୍କ ପରା,

ଜାଗ୍ରତ ହୁଅହେ     ଯୁବା ଓ ଯୁବତୀ

   ହେବା ବିଶ୍ବଗୁରୁ ପରା।


ପୂର୍ବର ଗୌରବ   ଫେରିବ ରାଷ୍ଟ୍ରରେ

   ହେବରେ ସୁବର୍ଣ୍ଣ କାଳ,

ଜ୍ଞାନ ଓ ବିଜ୍ଞାନ    ହେବ ଆବିର୍ଭାବ

    ହେବ ଯଶ କିର୍ତ୍ତୀ ବଳ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract