Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

4  

Ajit Kumar Raut

Abstract

ସଂପର୍କର ଅପୂର୍ବ ରୂପ

ସଂପର୍କର ଅପୂର୍ବ ରୂପ

1 min
237



ସଂପର୍କର ଡୋର ଜଡ଼ିତ ହୁଅଇ

ମନୁଷ୍ୟ ଜୀବନ ପଥେ,

ବଞ୍ଚିବାର ମାନେ ପ୍ରତିକୂଳ ସ୍ଥିତି

ଯୁଦ୍ଧ ପରିସ୍ଥିତି ପଥେ ।


ସନ୍ଧି ପରିସ୍ଥିତି ଆସେ ପୁଣି କେବେ

ସଂପର୍କର ରୂପ ହୁଏ,

ପଥେ କ୍ଳାନ୍ତ ହେଲେ ଗଛ ଛାଇ ତହିଁ

ଅତି ଆବଶ୍ୟକ ହୁଏ ।


ଗଛ ଛାଇ ତଳେ ଅମୂଲ୍ୟ ସଂପର୍କ

ପଥ କ୍ଳାନ୍ତ ଦୂର ହୁଏ,

ସଂପର୍କର ସ୍ବପ୍ନ ଆବିର୍ଭୁତ ହୁଏ

ସଂପର୍କ ଜଡ଼ିତ ହୁଏ ।


ଗଛର ଛାଇରେ ବିଶ୍ରାମ ସଂପର୍କ

କିଛି କ୍ଷଣ ରହେ ତହିଁ,

ଶୋଷ ଲାଗିଲେ ହିଁ ନଦୀ ନୀରେ ଯାଇ

ନୀର ପାନ କରେ ତହିଁ ।


ନଦୀ ନୀରେ ତାର ସଂପର୍କ ହିଁ ରହେ

ଆବଶ୍ୟକ ଯୋଗୁଁ ତହିଁ,

ଜୀବନ ଯାତ୍ରାରେ ସଂପର୍କର ଡୋର

ଲାଗି ଥାଏ ଯହିଁ ତହିଁ ।


ମାତାଙ୍କ ସଂପର୍କ ସନ୍ତାନ ସହିତ

ଈଶ୍ବରୀୟ ସେହୁ ପୁଣି,

ଅମୂଲ୍ୟ ସଂପର୍କ ପିତା ଓ ସନ୍ତାନେ

ଗୌରବ ଦିଏଟି ପୁଣି ।


ସ୍ତ୍ରୀ ଓ ସ୍ବାମୀଙ୍କ ପବିତ୍ର ସଂପର୍କ

ଜୀବନ ଯାତ୍ରାର ମଧ୍ୟେ,

ପଛେ ରହି ଯିବ ସବୁ ହିଁ ସଂପର୍କ

ନଦୀର ତୀରର ମଧ୍ୟେ ।


ନଦୀ କୁଳ ହେବ ସମସ୍ତଙ୍କ ପାଇଁ

କେହୁ ଆଗେ କେହୁ ପଛେ,

ପ୍ରଭୁଙ୍କର ଲୀଳା ଅପୂର୍ବ ଅଟେଟି

ସଂପର୍କର ଡୋର ପଛେ ।


ସଂପର୍କର ଡୋର ଜଡ଼ିତ ହୁଅଇ

ମନୁଷ୍ୟ ଜୀବନ ପଥେ,

ବଞ୍ଚିବାର ମାନେ ପ୍ରତିକୂଳ ସ୍ଥିତି

ଯୁଦ୍ଧ ପରିସ୍ଥିତି ପଥେ ।



Rate this content
Log in

Similar oriya poem from Abstract