STORYMIRROR

Lalit kumar Swain

Abstract

4  

Lalit kumar Swain

Abstract

ପୁଣି ଲେଉଟିଲା

ପୁଣି ଲେଉଟିଲା

1 min
188


ପୁଣି ଲେଉଟିଲା ସଞ୍ଜ

ନେଇ ଆସିଲା ଧୂଆଁଳିଆ ସେ ବିକଟାଳ ଛବି

ଅନେକ ଦୂରରୁ ଝାପ୍ସା ଓ ଅସ୍ପଷ୍ଟ

ସତେକି କଙ୍କାଳ ଟିଏ,

ହାତ ଠାରି ଡାକୁଛି।

ଚର୍ମ ଲୋମ ଶୀତକଣ୍ଟା ମାରିଲାଣି

ହୃଦୟର ସ୍ପନ୍ଦନ ତୀବ୍ର ହେଲାଣି

କଣ୍ଠର ଆଦ୍ରତା କ୍ରମଶଃ କମିଲାଣି

ଆପେ ଆପେ ନିକଟତର ହେଲାଣି

ମଣିଷଟା ଲୁହା ପରି।

ପୁଣି ଚିତ୍କାର କରି ସ୍ବପ୍ନ ସାଉଁଟିବ

ପ୍ରଥମେ ଆଖିର ବନ୍ଧ ପରେ

ଦେଇଥିବା କଥା ଭାଙ୍ଗିବ

ଆସ୍ତେ ଆସ୍ତେ ହଜିଯିବ ସେ କଙ୍କାଳ ଭିତରେ।

ସକାଳରୁ କଙ୍କାଳକୁ ପରିତ୍ୟାଗ ପାଇଁ

ଅନ୍ୟକୁ ଦେଇଥିବା ଶବ୍ଦକୁ

ଧର୍ମକୁ ଆଖିଠାର ମାରିଲା ଭଳି

ଭୁଲିଯିବ ସେ କଙ୍କାଳର ଆକର୍ଷଣରେ।

କଙ୍କାଳ ପ୍ରକୃତରେ କିଛି ବାର୍ତ୍ତା ଦେବାକୁ ଚାଂହୁଛି

ନିର୍ବୋଧ ମଣିଷର ଦୃଷ୍ଟିକୋଣ ଭିନ୍ନ

ସାରା ରାତି ଛଟପଟ ହୋଇ କ୍ଳାନ୍ତିରେ ଅଧା ମୃତ

ସକାଳକୁ ପୁଣି ପ୍ରତିଶ୍ରୁତି ବନ୍ୟାର ଲେଉଟାଣି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract