Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aishwarya Mishra

Abstract

4  

Aishwarya Mishra

Abstract

ଦିନେ ତୁମେ ଫେରିବ

ଦିନେ ତୁମେ ଫେରିବ

1 min
225



ମୁଁ ଜାଣେ ତୁମେ ନିଶ୍ଚିତ ଫେରିବ

ନିଜ ଭୁଲ୍ କୁ ମର୍ମେ ମର୍ମେ,

ଅନୁଭବ ବି କରିବ,


କୃତକର୍ମର ପ୍ରାୟଶ୍ଚିତ ନିମନ୍ତେ

ତୁମେ ପୁଣି ଥରେ ଫେରିବ ,

ମୋ ଜୀବନରେ ,


ମୁଁ ଜାଣେ ସାଥିରେ ଆଣିବ 

ଲକ୍ଷେ ଫଗୁଣର ସମ୍ଭାର 

ରଜନୀଗନ୍ଧାର ଫୁଲହାର ,

ଜ୍ୟୋସ୍ନା ବିଧୌତ ରଜନୀ 

ସୁରଞ୍ଜିତ ସୁରାଗିଣୀ,


କିନ୍ତୁ ;


ତୁମେ ଫେରିବ ବୋଲି 

କେତେଦିନ ବା ମୁଁ ଅଟକାଇ ପାରିବି

ଜୀବନର ଶେଷ ନିଃଶ୍ଵାସଟିକକକୁ ,

ତଥାପି ମୁଁ ଦୃଢ ନିଶ୍ଚିତ ଯେ,

ତୁମେ ଫେରିବ ନିଶ୍ଚୟ,


କି ଲାଭ , ପ୍ରିୟ !

ଏ ଅସମୟେ ମିଳୁଛି 

ତୁମର ଏପରି ଫେରିବାର ସଙ୍କେତ ,


କିଏ ଜାଣିଛି !

କ୍ଷତାକ୍ତ ମନ ,

ଆଉ ଶୋକ-ସନ୍ତପ୍ତ ହୃଦୟ ସହ

କେତେଦିନ ବା ମୁଁ କରିପାରିବି !

ତୁମ ଫେରିବାର ପ୍ରତୀକ୍ଷା ।


Rate this content
Log in

Similar oriya poem from Abstract