STORYMIRROR

Binaya Bhusan Panigrahi

Abstract

4  

Binaya Bhusan Panigrahi

Abstract

ନାସ୍ତିକର ଭକ୍ତି

ନାସ୍ତିକର ଭକ୍ତି

1 min
244

ମୃତ୍ୟୁର କତି ହେଲେ ନାସ୍ତିକ ଜନ

ମିଛ ଭକତିଭାବେ ହୁଏ ତଲ୍ଲୀନ

ବାହ୍ୟ ସ୍ୱରୂପ କରି ପରିବର୍ତ୍ତନ

ପୂଜା,ପ୍ରାର୍ଥନା,ବ୍ରତେ ଦିଅଇ ଧ୍ୟାନ।(୧)


ସାଇତି ରଖି ଛଳ ଅର୍ଜିତ ଧନ

କହେ ଭୋକଉପାସେ କଟୁଛି ଦିନ

ଶୁଣାଏ ନିତି ନାନା ଧର୍ମ ବଚନ

ହୃଦୟେ ପୁରି ଥାଏ ଉଦ୍ଦେଶ୍ୟ ହୀନ।(୨)


ଉଚ୍ଚାରଣଠୁଁ ଭିନ୍ନ ତା'ଆଚରଣ

ଭାବେ ନିର୍ବୋଧ ଯେତେ ଜଗତ ଜନ

ନବୁଝିପାରନ୍ତି ତା' ଭାବ-ଚଳନ

ଏମନ୍ତ ଭାଳି ସୁଖେ କାଟଇ ଦିନ।(୩)


ବ୍ରାହ୍ମମୁହୂର୍ତ୍ତେ କରି ଅବଗାହନ

ସଜାଡି ଦୀପ,ଧୂପ,ରକ୍ତଚନ୍ଦନ

ନିୟମିତ ମନ୍ଦିରେ କରି ଗମନ

ଫଳ-ପୁଷ୍ପ-ଜଳାଦି 'କରେ ଅର୍ପଣ।(୪)


କହେ, ସନ୍ତୁଷ୍ଟ ହୁଅ ରାଧାମୋହନ

କ୍ଷମାକରି କୃତ ହୀନ କର୍ମମାନ

ଆଶୀଷ ଦିଅ ସୁସ୍ଥ ଦୀର୍ଘଜୀବନ

କ୍ଳେଶହୀନ ମରଣ କର ବିଧାନ । (୫)


ଶୁଣି ଈଶ୍ୱର ତା ଅରଣ୍ୟ ରୋଦନ

ଭାବନ୍ତି, କେତେ ମୁଢ ଏହି ଅଜ୍ଞାନ

ମାନବ ଜନ୍ମ ଯୋଗ୍ୟ ନୁହେଁ ଏ'ଜନ

ନରକ ବାସ ତା'ରେ କଲି ବିଧାନ।(୬)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract