STORYMIRROR

Binaya Bhusan Panigrahi

Children

3  

Binaya Bhusan Panigrahi

Children

କ୍ରୋଧଠାରୁ ବଡ଼ ଅରି ନାହିଁ

କ୍ରୋଧଠାରୁ ବଡ଼ ଅରି ନାହିଁ

1 min
183

ବାଘଭାଲୁଙ୍କଠୁ ବଡ ଅରି ରାଗ

ବୁଦ୍ଧି-ବିଚାରକୁ ନିଅଇ ଶୋଷି,

ରାଗୁଥିବା ଲୋକ ଆପଣାର ଶତ୍ରୁ

ନିଜ ସୁଖ ନିଜେ ଦିଅଇ ନାଶି।


ରାଗରେ ନିଷ୍ପତ୍ତି ନେଉଥିବା ଲୋକ

ଠିକ କମ, ବେଶୀ କରଇ ଭୁଲ,

ବୁଝିଲା ବେଳକୁ ସୁଧାରିବା ପାଇଁ

ନମିଳଇ ବାଟ, ନପାଏ ବଳ।


ପର କରେ କ୍ରୋଧ ପ୍ରିୟପରିଜନେ

ଆପଦରେ କେହି ନଆସେ ପାଶେ,

କ୍ରୋଧି ଲୋକ ବୁଝିପାରେ ସେତେବେଳେ

କ୍ରୋଧାଗ୍ନି କେମିତି ପ୍ରାଣ ବିନାଶେ।


ଦେଇପାରେ ରାଗ ଧନ ଦଉଲତ

ସୁଖଶାନ୍ତି କେବେ ଦେଇନପାରେ,

ମାନସିକ ଶାନ୍ତି ନମିଳେ ଯାହାକୁ

ତା'ଠାରୁ ଅଭାବୀ କିଏ ସଂସାରେ?


ରାଗରୋଷ ଛାଡି ଶାନ୍ତଶିଷ୍ଟ ହେଲେ

ସଫଳତା ମିଳେ ସବୁ କାର୍ଯ୍ୟରେ,

ସଭିଙ୍କର ପ୍ରିୟପାତ୍ର ହୁଏ ନର

ଶତ୍ରୁ ମଧ୍ୟ ମିତ୍ରଭାବ ଆଚରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children