STORYMIRROR

Binaya Bhusan Panigrahi

Tragedy

4  

Binaya Bhusan Panigrahi

Tragedy

ଫେରୁଛନ୍ତି ପାରାମାନେ ପୁଣି

ଫେରୁଛନ୍ତି ପାରାମାନେ ପୁଣି

1 min
247


ଗଲାସନ ଏଇ ସମୟରେ

ଫେରିଥିଲେ ପଡୋଶୀ ରାଜ୍ୟରୁ

ପ୍ରବାସୀ ଶ୍ରମିକମାନେ

ଚାଲିଚାଲି ତତଲା ରାସ୍ତାରେ

କିଏ ପେଟ ଭୋକ ପେଟରେ ମାରି

କିଏ ପୁଣି ବାଟରେ ଛତର ଖାଇ

କହୁଥିଲେ,'ମରିବୁ ତ ଗାଁ'ରେ ମରିବୁ,

ଜୀବ ଗଲାବେଳେ ପାଖେ ଥିବେ

ପ୍ରିୟଜନେ 'ଆହା ' କହିବାକୁ,

ବାଣ୍ଟିକୁଟି ଖାଇବାକୁ ଶାଗ ଓ ପଖାଳ

ମରିଗଲେ ଆଉକିଛି ମିଳୁ କି ନମିଳୁ

ମିଳିଯିବ ଚାରିକାନ୍ଧର ସାହାରା।


ଦୁଃଖ ତାଙ୍କ ଆଖିରେ ଗଲାନି ବୋଲି

ଶୁଖିଲାନି ସର୍କାରଙ୍କ ଆଖିଲୁହ

ଶୟନେ, ସପନେ ଅବା ଜାଗରଣେ

ଡାକଦେଲେ ,'ଫେରିଆସ ମୋ ଓଡ଼ିଶା ବାସୀ

ଫେରିଆସ ସ୍ୱମାତୃଭିମିକୁ

ଅବଳା ନୁହେଁରେ ଉତ୍କଳ

ଫେରିଯିବା ଲୋଡାନାହିଁ ଆଉ

ଏଇଠି ରହିବ ଏଣିକି

ଅନ୍ନବସ୍ତ୍ର ମିଳିବ ପର୍ଯ୍ୟାପ୍ତ

ବର୍ଷସାରା ନିୟମିତ କର୍ମ ସଂସ୍ଥାନ

ଶିକ୍ଷା,ସ୍ୱାସ୍ଥ୍ୟ ମିଳିବ ମୁଫ୍ତରେ

ସମଗ୍ର ଓଡିଶା ଛିଡା ତମ ସହ,

ରହିବନି ଅଭାବ କାହିଁରେ

ତମ ଚିନ୍ତା କରିବାକୁ ସର୍କାର ଅଛନ୍ତି ପରା ।


ଏବେପୁଣି କେଇମାସ ପରେ

ସେଇମାନେ ଫେରୁଛନ୍ତି

ଯେମିତି ଫେରୁଥିଲେ ଗଲାସନ

ଭାଳୁଛି ଓଡ଼ିଶା, ଭାବୁଛନ୍ତି ସରକାର,

'କେମିତିକା କଥା ଇଏ ସତେ !

ଅଜାଣତେ କେତେବେଳେ ଉଡିଯାଇଥିଲେ

ବିଦେଶକୁ ଭାଡିକ ଯାକର ପାରା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy