STORYMIRROR

Binaya Bhusan Panigrahi

Abstract

4  

Binaya Bhusan Panigrahi

Abstract

ପୁରୁଷ

ପୁରୁଷ

1 min
225


ଉଦର ଅଛି, କ୍ଷୁଧା ନାହିଁ !

ହୃଦୟ ଅଛି, ନାହିଁ ଅନୁଭବ !

ଚକ୍ଷୁ ଅଛି, ନାହିଁ ହସଲୁହ!

ଦେହ ଅଛି, ବାଧା ନାହିଁ !

ଏକଥା ଶୁଣିଲେ

ମୋତେ ଛାଡି ବାକି ସର୍ବେ

ହସରେ ଉଡେଇ ଦେବ,

ବାଁ'ହାତରେ ଆଡେଇ ଦେବେ

ନିରୋଳା ବକବାସ କହି।


ଅନୁଭବିଛି ଅନ୍ତରଙ୍ଗ ଭାବେ,

ଏମିତି ଲକ୍ଷଣ ସବୁ

ପରିଦୃଷ୍ଟ ହୁଏ ଯା'ପାଖରେ

ମଣିଷଟେ ବୋଲି ତାକୁ

ଭାବୁ କି ନଭାବୁ କେହି

ପୁରୁଷଟେ ବୋଲି ସିଏ

ସନ୍ଦେହର ଅବକାଶ ନାହିଁ।


ପାଣି ହେଉ କି ପବନ;

ତା'ଉପରେ କିଏବା କେମିତି

ପାଦରଖି ଆକାଶରୁ

ତୋଳି ପାରିବ

ଚାନ୍ଦକୁ,ତାରାକୁ !


ସେଇଥିପାଇଁ ତ କେବଳ

ପଥର ଖଣ୍ଡିଏ ଲୋଡ଼ା

ଯା'ଉପରେ ଦୁଇପାଦ କଣ

ଲଦିଦେଲେ ଗୋଟାପଣ

ସାରା ବ୍ରହ୍ମାଣ୍ଡକୁ

ଚୁରଚୁର ହେଇଯିବ ପଛେ

ଚିଲ୍ଲେଇବ ନାହିଁ ଆଦୌ

'ଆଃ'ବୋଲି ଶବ୍ଦ କରିବନି,

ଲୁହ ଢାଳି ଖସରା କରିବନାହିଁ

ସ୍ୱବକ୍ଷଦେଶକୁ

ତା'ଛାତିତଳର କୋହ

ଦୋହଲାଇ ଦେବନାହିଁ

ଏତେ ଭରସାରେ

ତା'ଉପରେ ପାଦ ଥାପିଥିବା

ଅଟଳ ବିଶ୍ୱାସକୁ।


କେମିତି ସେ କରନ୍ତା ସେମିତି

ପୁରୁଷ ଜନମ ପାଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract