STORYMIRROR

Binaya Bhusan Panigrahi

Tragedy

4  

Binaya Bhusan Panigrahi

Tragedy

କହ ଇଏ କେମିତିକା ରଜ ?

କହ ଇଏ କେମିତିକା ରଜ ?

1 min
170

"ବନସ୍ତେ ଡାକିଲା ଗଜ"

ଗୀତ ଶୁଭୁନାହିଁ କେଉଁଠି ଆଜ

ସଜନୀଲୋ, ନାହିଁ ସଜବାଜ ନାହିଁ ମଉଜ

କହ ଇଏ କେମିତିକା ରଜ?


ନାହିଁ ନୂଆବାସ କିଣା,

ବଣ୍ଟାନାହିଁ ପିଠାପଣା,ରାଇତା

ସଜନୀଲୋ,ଖାଲିଖାଲି ଲାଗେ ସାରା ରାଇଜ

କହ ଇଏ କେମିତିକା ରଜ?


ଗାଆଁ ବାଟ ଶୁନଶାନ୍

ପ୍ରାନ୍ତରେ ପିଲାଙ୍କ ନାହିଁ ଦର୍ଶନ

ସଜନୀଲୋ, ଯେଉଁଠିକି ଗଲେ ସେଠି ମରିଜ

କହ ଇଏ କେମିତିକା ରଜ? 


ଲାଗି ନାହିଁ ଗୋଟେ ଦୋଳି

ଦିଶୁ ନାହିଁ କାହିଁ କୁଆଁରୀ ମେଳି 

ସଜନୀଲୋ, ଝୁମୁଝୁମୁ ନହୁଅଇ ପାଉଁଜ

କହ ଇଏ କେମିତିକା ରଜ?


ବାଜୁ ନାହିଁ ଢୋଲବାଜା

ବନ୍ଧୁବାନ୍ଧବଙ୍କୁ ପଡୁନି ଖୋଜା

ସଜନୀଲୋ, ତାସ ଖେଳୁଆ ମାନେ ନିଖୋଜ

କହ ଇଏ କେମିତିକା ରଜ ?


ସଭିଙ୍କ ମୁହଁରେ ତୁଣ୍ଡି

ଡେଇଁବାକୁ ମନା ଘର ଏରୁଣ୍ଡି

ସଜନୀଲୋ, ମହାମାରୀ କାଳ ବଡ଼ ଅସଜ

କହ ଇଏ କେମିତିକା ରଜ ?


ମନ୍ଦିର ଦୁଆରେ ଦେଖ

ଦିଶେ ନାହିଁ ଗୋଟେ ଶ୍ରଦ୍ଧାଳୁ ମୁଖ

ସଜନୀଲୋ, ଦେବତା ପୂଜିବା ଅଲୋଡା ଆଜ

କହ ଇଏ କେମିତିକା ରଜ ?


ଭାବର ଅଭାବ ଏବେ

ପରାଣ ପାଇଁକା କାକୁସ୍ଥ ସର୍ବେ

ସଜନୀଲୋ,ଭାବି ମନକୁ ନଦେବା ଦରଜ

ଆଗିଲା ସନକୁ ପାଳିବା ରଜ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy