STORYMIRROR

Rabindra kumar Sahoo

Abstract Inspirational

4  

Rabindra kumar Sahoo

Abstract Inspirational

ରାଜରାସ୍ତାରେ ରାଜନୀତି

ରାଜରାସ୍ତାରେ ରାଜନୀତି

1 min
262

     ଦିନୁଁ ଦିନ ଏ ଦେଶେ

   ଜନତାଙ୍କ ମନେ ଆସେ ଭୀତି

    ସତେ କି ଶାସନ ନାମେ

   ଶୋଷଣର କ'ଣ ହେବ ନାହିଁ ଇତି

   ଜନ ପ୍ରତିନିଧି ଲୋକସେବା,

     ଦେଶ ସେବା ଛାଡି

    ପେଟ ସେବା,

     ପାର୍ଟି ସେବାରେ

        ଯାଆନ୍ତି ମାତି

    ଚାଲନ୍ତି ସେମାନେ

      କ୍ଷମତାନ୍ଧ ହୋଇ

       ଫୁଲାଇ ଛାତି

     ଗରୀବ ଖଟିଖିଆ, ଶ୍ରମିକ,

      ଦଳିତ ଶ୍ରେଣୀ

      ରାଜରାସ୍ତାରେ କଟାନ୍ତି

          ଦିନରାତି

     ରାଜରାସ୍ତାରେ ଚାଲେ

       ରାଜନୀତି

      ଶିକ୍ଷକ ବାପୁଡା

          ବେତନ ପାଏନି

       ତା' ଆଖିରୁ ଶୁଖେନି ଲୁହ

       ଶିକ୍ଷାଦାନ ବଦଳେ

       ମାସ ମାସ, ବର୍ଷ ବର୍ଷ

        ଗଡେ ରାଜରାସ୍ତାରେ

      ହୋଇ ବାଟବଣା, ବୁଦ୍ଧିବଣା

       ସଭିଙ୍କୁ ଦେଖାଏ ତା କୋହ

       ଯୁବକ ହୁଅନ୍ତି ବେକାର

       ବେରୋଜଗାର ସାଜି

       ହୁଅନ୍ତି ସେମାନେ ନିଶାଖୋର

       କୃଷକ ଏଠି କରେ ଆତ୍ମହତ୍ୟା

       ଶ୍ରମିକର ଅବା କି କହିବା କଥା

       ସେ ହୁଏ ଛଟେଇ

       ଜୀବିକା ହରାଇ

       ବେକାରୀ ହୁଏ ତା ଜୀବନଟା

       ପାଞ୍ଚପ୍ରାଣୀ କୁଟୁମ୍ବଙ୍କ

          ଭାର ନ ବହି ପାରି

       ସେ ବି ଆପଣାଏ

          ଆତ୍ମହତ୍ୟା ରାସ୍ତା

      ଏ ଦେଶେ ଚାଲଇ 

          କିପରି ଶାସନଟା

       ଶାସକ ଏଠି

          ଶୋଷକ ସାଜନ୍ତି

      ପୁଞ୍ଜିପତି ହେଲେ

          ପ୍ରକୃତ ପକ୍ଷେ

       ଏ ଦେଶ ଶାସନ କର୍ତ୍ତା

      ଗରିବ, ମଧ୍ୟବିତ୍ତ, ମୂଲିଆ,

         ମଜୁରିଆ, କର୍ମଜୀବି

       ଛୋଟ ବ୍ୟବସାୟୀ,

         ଶ୍ରମିକ, କୃଷକ,

         କାରୀଗରଙ୍କ ପାଇଁ

      ତାଙ୍କ ମନେ ନ ଥାଏ ଚିନ୍ତା

     ଜଳୁ ପଛେ ଅନାହାରେ,

      ଅର୍ଦ୍ଧାହାରେ,ବେରୋଜଗାରେ

       ଏମାନଙ୍କ ଚିତା !

       ଲାଭଖୋର୍,

        ଗାଦିଖୋର୍ ସରକାର

        ଗଢନ୍ତି ଯେତେ

        ନୀୟମ ଓ ନୀତି

        ସବୁର ମୁନାଫା ଓ ଫାଇଦା

        ନିଅନ୍ତି ଶିଳ୍ପପତି ଓ ପୁଞ୍ଜିପତି

        ଉଚ୍ଚଶ୍ରେଣୀ ତଥା ଉଚ୍ଚଜାତି

        ଏଣେ ଭୋକିଲା ପେଟରେ

        ଶୁଖିଲା ମୁଖରେ

        ମନ ଓ ଆତ୍ମାର କୋହରେ

        ଆଖିର ଲୁହରେ

       ଖଟିଖିଆ, ମଜୁରିଆ,

        ମଧ୍ୟବତ୍ତ ଓ

       ଗରୀବ ଶ୍ରେଣୀର ଜନଗଣ

      ଦିନଦିନ, ମାସମାସ, ବର୍ଷବର୍ଷ ଧରି

       ପଡି ପଡି ମରନ୍ତି

       ରାଜରାସ୍ତାରେ ଚାଲେ

         ଏ ଦେଶରେ ରାଜନୀତି

      ଭୋକିଲା ମୁହଁରେ

            ହସ ଫୁଟିବାକୁ

       ଅଣାଯାଉ ନାହିଁ କିଛି ନୀତି

      ଚାଲେ ଖାଲି ଶସ୍ତା ରାଜନୀତି

      ମିଛ ଭାଷଣ ବାଜିରେ

       ତଥା କଥିତ

        ସମାଜ ସେବା ନାଁ ରେ

       ଆମ ନେତାଏ

         ଏଇ ଖଟିଖିଆଙ୍କୁ

          ନଚାନ୍ତି ମାଙ୍କଡପରି

       ଦେଇ ଖାଲି ମିଛ ପ୍ରତିଶ୍ରୁତି

       କର୍ମ ପାଇଁ, ବେତନ ପାଇଁ,

      କର୍ମଜୀବି ଠାରୁ ଖଟିଖିଆ ଯାଏଁ

       ସଭିଏଁ ହୋ ହାଲ୍ଲା

         ଯେତେ ଯେ କରନ୍ତି

       ଆମ ଶାସକ ଗୋଷ୍ଠୀ

         ବଧିର ସାଜନ୍ତି

       ସତେ ହରାଇ ବସିଛନ୍ତି କି

          ତାଙ୍କ ଶ୍ରୁତି ଶକ୍ତି

        ଏଠି ଖାଲି ଗଣତନ୍ତ୍ର ନାମେ

       ଅହରହ ଚାଲେ

         ରାଜରାସ୍ତାରେ ରାଜନୀତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract