Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aishwarya Mishra

Abstract

4  

Aishwarya Mishra

Abstract

ଦି ଟୋପା ଲୁହ

ଦି ଟୋପା ଲୁହ

1 min
288



ଦି ଟୋପା ଲୁହ, ଦୁଇଟି ଆଖିରେ 

ନାଇଛି କଜଳ ଭାବି

ମନର କୋହକୁ ଲୁଚାଇ ଅନ୍ତରେ

ମିଛରେ ହସୁଛି ଆଜି ।


ଦୁନିଆଁ ଦେଖିଛି ଅଧରେ ମୋ ହସ

ମନ ତ ଦେଖିନି କିଏ !

ମନର ଭାବକୁ ଲୁହର ଭାଷାରେ

ଆଖି ମୋର କହି ଦିଏ ।


ହସ ତ ଅଟଇ ମୃଗତୃଷ୍ଣା ପରି

ଏବେ ଅଛି ଏବେ ନାହିଁ,

ଲୁହ ଅଟେ ସାଥି ସାରା ଜୀବନର

ସୁଖେ ଥାଇ, ଦୁଃଖେ ଥାଇ ।


ଆନନ୍ଦେ ଝରଇ, ଦୁଃଖେ ବି ଝରଇ

ଛାଡ଼ି ତ ନ ଯାଏ କେବେ,

ତଥାପି କାହିଁକି ଲୁହ ଠାରୁ ହସ

ସଭିଁଙ୍କ ମନକୁ ଲୋଭେ !


ଜୀବନେ ତ ମୋର ସୁଖ ବି ଯେତିକି

ଅଛି ବି ସେତିକି କୋହ ,

ଶୂନ୍ୟ ଜୀବନେ ମୋ ଚିର ସାଥି ସିଏ

କେବଳ ଦି ଟୋପା ଲୁହ ।।


Rate this content
Log in

Similar oriya poem from Abstract