ଜୀବନ ତ ଏମିତି
ଜୀବନ ତ ଏମିତି
ଜୀବନ ତ ଏମିତି
ଜୀବନ ତ ଏମିତି
ଏକ ନଦୀର ସ୍ରୋତଟି
ବହି ଯିବା ଧର୍ମ ତାହାରି
ହେଲେ ଜଣା ନ ଥାଏ ପ୍ରକୃତ ଲକ୍ଷ୍ୟ ସ୍ଥଳଟି କେଉଁଠି।।
ଜୀବନ ତ ଏମିତି
ଅଙ୍କାବଙ୍କା ନଦୀ
ଗତିପଥ ଯେ ଜଣା ନାହିଁ
ହେଲେ ବହିବାକୁ ଯେ ଅଛି ଲକ୍ଷ୍ୟ ସ୍ଥଳେ ପହଞ୍ଚିବା ପାଇଁ ।।
ଜୀବନ ତ ଏମିତି
ଏକ ରାଜପଥଟି
ଯେଉଁଠି କେତେବେଳେ ଥାଏ ସାଥୀ
ପୁଣି କେତେବେଳେ ଆଗେଇବାକୁ ପଡିଥାଏ ନିଃସଙ୍ଗ ପଥିକ ହୋଇ।।
ଜୀବନ ତ ଏମିତି
>
ଏକ ପଥଟି
ଯେଉଁଠି ବହୁ ପଥିକ ଆସନ୍ତି ଜୀବନେ ହୋଇ ଆପଣାର
ସ୍ୱାର୍ଥ ହାସଲ ପରେ ହୋଇ ଯାଆନ୍ତି ପର।।
ଜୀବନ ତ ଏମିତି ଏକ
ପଥ ଯାହାର ମୃତ୍ୟୁ ହେଉଛି ଅନ୍ତ
ତଥାପି ମଣିଷ ଦେଖଇ ସପନ
ବିନା ସପନରେ କି ବା ଜୀବନ।।
ଜୀବନ ତ ଏମିତି
ଏକ ସପନଟି
ଦୁଃଖ ସୁଖରେ ହୋଇ ଥାଏ ଭରପୁର
ଏହା ଯେ କର୍ମ ଓ ଭାଗ୍ୟର ଖେଳ।।
ଜୀବନ ତ ଏମିତି
ଏକ ଭଗବାନଙ୍କ ଉପହାରଟି
ଭାଗ୍ୟରେ ଥିଲେ ମିଳଇ ମଣିଷ ଜୀବନ
ସେଥିପାଇଁ ନିଜକୁ ଗର୍ବ ମନେ କର।।