STORYMIRROR

pravasini Senapati

Abstract

4  

pravasini Senapati

Abstract

ଚକାଆଖି

ଚକାଆଖି

1 min
280


ଚ---  ଚକା ଚକା ଆଖି ଦୁଇ କି ସୁନ୍ଦର ଦିଶୁଥାଇ

ଚକା ନୟନରେ ମୋର ଜୀବନ ଧନ

ଚାହିଁଲେ ଶ୍ରୀମୁଖ ଥରେ ମନ ଆନନ୍ଦରେ ଭରେ

ଚିନ୍ତିଲେ ତୋ ଦିବ୍ୟ ରୂପ ମିଳଇ ପୁଣ୍ୟ

ଚକାଡୋଳା ଚିକଣ କଳା

ଚାହଁ ବାରେ କୃପାଭରେ ବୁଡ଼ିଲା ଭେଳା ।


କା --କାହିଁକି କରିଛ ମାନ ତେଜ ମନୁ ଅଭିମାନ

 କରିଦିଅ କ୍ଷମା ଯଦି ଅଛି ମୋ ଦୋଷ

କାହିଁକି ହୁଅ ନିଷ୍ଠୁର କରୁଣା ମୟ ଈଶ୍ୱର

କରିଅଛ କି କାରଣେ ମୋ ଠାରେ ରୋଷ

    କାହିଁ ଦିଅ ଏତେ କଷଣ

କିମ୍ପାଇଁ ହୋଇଲ ପ୍ରଭୁ ତୁମେ ପାଷାଣ ।


ଆ --ଆହେ ନୀଳାଚଳ ବାସୀ ନୀଳ ସିନ୍ଧୁ ତଟେ ବସି

 ଆହା ମୋର ଲୀଳାମୟ କର କି ଲୀଳା

ଆଶ୍ରିତ ତୁମ୍ଭର ମୁଁହି ଆନ କିଛି ନଜାଣଇ

  ଆଶରା କରିଛି ତୁମେ ଉଦ୍ଧାର ଭେଳା

     ଆଉ ସହି ହେଉନି ଦୁଃଖ

   ଆପଣାର ଭାବି ରଖ ପଙ୍କଜମୁଖ ।


ଖି --ଖିଲି ପାନ ଖିଆ ହସ ଅପରୂପ ରାଜା ବେଶ

କ୍ଷଣକରେ ମୋହିନିଅ ସଭିଙ୍କ ମନ

କ୍ଷଣ ଭଙ୍ଗୁର ଜୀବନ କେବେ ସରିଯିବ ଦିନ

ଖାଲି ରହୁ ତୁମ ପାଦେ ମୋର ଏ ମନ

    କ୍ଷମା ସାଗର ତୁମ ନାମ

କ୍ଷମା କର ଥିଲେ ଦୋଷ କଳା ବଦନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract