STORYMIRROR

SUPRIYA MOHANTY

Classics

4  

SUPRIYA MOHANTY

Classics

ମା

ମା

1 min
29


ମା ଲୋ ମମତାମୟୀ 

ମା ଲୋ ମମତାମୟୀ 

ରଖିଥିଲୁ ମୋତେ ପଣତ ଘୋଡେଇ 

ନପଡ଼ୁ ଡାହାଣୀ ଛାଇ l


ତୋର ମିଠା କଥା ତୋର ନୀତିବାଣୀ 

ଭରିଛି ସାହସ ମନେ 

ସେବା ତ୍ୟାଗ ବ୍ରତ ତୋ ଅନୁଶାସନ 

ଆଦରି ନେଲି ଜୀବନେ l


ପାଇଛି ଶକତି ହୋଇଛି ତୃପତି 

ପିଇ ବୁକୁର ଅମୃତ 

ଅମଡ଼ା ବାଟରେ ହୋଇଛି ପଥିକ 

ଚାଲୁଥିଲି ଧରି ହାତ।


ମୃଦୁ ପାଦେ କଣ୍ଟା ଲାଗିବା ଆଗରୁ 

ପତାଇ ଦେଇଛୁ ହାତ 

ଅଳି ଅରଦଳି ସହିଅଛୁ କେତେ 

ଆଜି ବୁଝୁଛି ସେ ସତ।


ଦେହ ଖରାପରେ ତୋ କୋଳ ବିଛଣା 

ଦିଏ କି ଆରାମ ମୋତେ 

ରାତି ରାତି ଚାପି ରଖିଛୁ ଛାତିରେ 

କେତେ ନ ସହିଛୁ ସତେ।


ସରଗ ସୁଖ ମୋ ଅଲୋଡ଼ା ତୋ ପାଖେ 

ସ୍ନେହ ତୋ ଅମୂଲ ମୂଲ 

ତୋ ପରି ଆଉ କେ ଏହି ଦୁନିଆରେ 

ହୋଇପାରିବେନି ଭଲ।


ସତୀରେ ସାବିତ୍ରୀ ତ୍ୟାଗରେ ପାର୍ବତୀ 

ଧର୍ଯ୍ୟରେ ତୁ ଲୋ ଧରିତ୍ରୀ 

ସେ ଧର୍ଯ୍ୟରୁ ଟିକେ ଶିଖାଇ ଦେ ମା 

ନିଦା ହେଉ ମୋର ଛାତି।


ଦେହ ସିନା ତୋର ରକ୍ତ ମାଂସେ ଗଢ଼ା 

ପାଷାଣ ପରି ତୁ ଟାଣ 

ସ୍ନେହ ମମତାର ଅଟୁ ଗନ୍ତାଘର 

କଅଁଳ ପତର ପ୍ରାଣ l


ତୋ ପରି କଅଁଳ କରି ଦେ ମୋତେ 

ଜୀବନ ବିତୁ ସେବାରେ 

ଦୁଃଖ ଦଡ଼ମଡ଼ି ନିନ୍ଦା ଅପବାଦ 

ଚାଲିଯାଉ ବହୁଦୂରେ।


ମାନ ଅପମାନ ନ ନେଉ ଜୀବନ 

ଶକତି ଭରିଦେ ହୃଦେ 

ପାଷାଣୀ ଅହଲ୍ୟା ଜୀବନ୍ୟାସ ଲଭି 

ଜିଁ ଯାଉ ନିର୍ବିବାଦେ।

ମା ତୁ ସତେ ଧରିତ୍ରୀ 

ମା ତୁ ସତେ ଧରିତ୍ରୀ 

ଅଗନା ଅଗନି ବନସ୍ତେ ହଜିଛି 

ମୋ ଚିନ୍ତା ଚେତନା ସ୍ଥିତି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics