STORYMIRROR

Gitanjali Pujapanda

Classics Inspirational

4  

Gitanjali Pujapanda

Classics Inspirational

ପୁସ୍ତକ

ପୁସ୍ତକ

1 min
187


ଜ୍ଞାନର ଗୁଣିକ

              ନାଁ ଟି ତାର ପୁସ୍ତକ।

ମୁରୁଖକୁ ଜ୍ଞାନ ଦିଏ,

             ପଣ୍ଡିତର ଜ୍ଞାନ ବଢ଼ାଏ।

ଯିଏ ତାକୁ ଅଦରେଇ ନିଏ,

           ତାହାର ସାଥି ସିଏ।

ପୁସ୍ତକକୁ କରି ଧ୍ୟାନ

        ମଣିଷ ଆଜି ଜ୍ଞାନବାନ।

କେତେ ଯେ ସଫଳତା

         ତା ପାଦକୁ ଚୁମୁଛି।

କେତେ ଯେ ଦ୍ରବ୍ୟମାନ

         କରିଛି ସେ ଉଦ୍ଭାବନ।

ଦେଶ ଜାତିର ଉନ୍ନତି ପାଇଁ

          ଦେଇଛି ସେ ନିଜ-

ଜ୍ଞାନର ପରୀକ୍ଷା ମାନ।

      ଉତ୍ତୀଣ୍ଣ ହୋଇ ବଢାଇଛି

ଗୌରବ ଆଉ ସମ୍ମାନ,

     ମଣିଷର ସୁଖ ଆଉ ଦୁଃଖର ସାଥି ଟିଏ

      ଯିଏ ତାକୁ ଆପଣେଇ ନିଏ,

ତା "ଜୀବନ ସୁଖୀ ହୁଏ।

      ନ ଆପଣେଇଲେ ମୁରୁଖ ବୋଲଏ।

ସରସ୍ବତୀ ମାତାଙ୍କ

         ପ୍ରସାଦ ପୁସ୍ତକ ବୋଲା ଏ।

ଜ୍ଞାନୀର ଜନ୍ମ ଦାତା ସିଏ

        ଅଜ୍ଞାନର ହନ୍ତା ସିଏ।

ଅତି ପ୍ରିୟ ପୁସ୍ତକଟିଏ ପାଇ ଗଲେ,

          ପୁସ୍ତକ ପ୍ରେମିଟି ଦୁନିଆକୁ ବି ଭୁଲିଯାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics