STORYMIRROR

Anirudha Kund

Classics

4  

Anirudha Kund

Classics

ପୂର୍ଣ୍ଣବ୍ରହ୍ମ ଏକା ସତ

ପୂର୍ଣ୍ଣବ୍ରହ୍ମ ଏକା ସତ

1 min
215


ଦର ଗଢା ଦିଅଁ ଦାରୁର ଦେବତା

    ଦାରୁବ୍ରହ୍ମ ଜଗନ୍ନାଥ 

ଅଗତିର ଗତି  ଜଗତର ପତି

   ପୂର୍ଣ୍ଣବ୍ରହ୍ମ ଏକା ସତ॥୦॥


ଚଉଦ ବ୍ରହ୍ମାଣ୍ତେ ଭକତର ପିଣ୍ତେ

    ଭକତିରେ ପ୍ରକାଶିତ

ପ୍ରଣବ ଧ୍ୱନୀରେ ବେଦ ବେଦାନ୍ତରେ

    ସର୍ବଘଟେ ପରିବ୍ୟାପ୍ତ

ସର୍ବ ନାମେ ସେହି ସର୍ବ ଧାମେ ସେହି

  ସର୍ବ ଧର୍ମ ସମାହିତ ॥୧॥


ସେହି କୃପାସିନ୍ଧୁ ସେହି ଦୀନବନ୍ଧୁ 

   ଅନାଥର ସେହି ନାଥ

ସଗୁଣ ନିର୍ଗୁଣ କାରଣ ତାରଣ

    ସେହି ଅନାଦି ଅନନ୍ତ

ମଜ୍ଜିଲେ ତା ଭାବେ ତରିବୁ ଏ ଭବେ

   ସେହି ଏକା ମୁକ୍ତି ପଥ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics