STORYMIRROR

Dharitri Das

Classics

4  

Dharitri Das

Classics

ଆଶା

ଆଶା

1 min
481

ଭାବର ଠାକୁର ଅଭାବକୁ ଦୂର

   କାହିଁ ଅଛ ଦେଖାଦିଅ

କହିଛି ତୁମକୁ ମାନସିକ ମୋର

    ଆଶୀର୍ବାଦ ଢାଳିଦିଅ।

ମୁଁ ଛାର ମଣିଷ ହୀନ ଜାତି ବୋଲି

    ନକରି ମନେ କ୍ଷୋଭ

ଥରୁଟେ ଆସିବ ମୋ ଘରକୁ ଦେଲି

    ନିମନ୍ତ୍ରଣ ଶୁଭଲାଭ।

ଦେଖିବି ବୋଲିତ ବାଳୁତ କାଳରୁ

    ବାନ୍ଧିଅଛି ମନେ ଆଶା

ରହିଛି ବିଶ୍ୱାସ ମନରେ ମୋହର

   ତୁହି ଏକା ମୋ ଭରସା।

ନିଦ୍ରିତ ନୟନେ ଦେଖିଅଛି ମୁହିଁ

   କେତେବାର ତୁମ ଛବି

ପ୍ରଦାନ କରନ୍ତୁ ଦିବ୍ୟଚକ୍ଷୁ ମୋତେ

    ସ୍ୱଚକ୍ଷୁରେ ମୁଁ ଦେଖିବି।

ଅମଳ କମଳ ବିଶ୍ଵରୂପ ତଵ

  ନ ଦେଖାଅ ପଛେ ବନ୍ଧୁ

ବାଳକୃଷ୍ଣ ରୂପ ଦେଖିବାକୁ ଇଚ୍ଛା

   ପାରିକର ଭଵସିନ୍ଧୁ।

ଆଶା ପୂର୍ଣ୍ଣକର ହେ ନନ୍ଦ ନନ୍ଦନ

   ଆସି ବସିଯାଅ କୋଳେ

କ୍ଷୀର ସର ଦେଇ ତୋଷିବି ତୁମକୁ

   ଦେଖିବି ମୁଁ ଚର୍ମ ଡୋଳେ।

   ଦେଖିବି ମୁଁ ଚର୍ମ ଡୋଳେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics