Hurry up! before its gone. Grab the BESTSELLERS now.
Hurry up! before its gone. Grab the BESTSELLERS now.

Gangotri Priyadarshini

Abstract Classics Inspirational


3.8  

Gangotri Priyadarshini

Abstract Classics Inspirational


ଭୋକ

ଭୋକ

1 min 342 1 min 342

ସୃଷ୍ଟି ଆରମ୍ଭରୁ ଅଦ୍ୟାବଧି

ଜନ୍ମରୁ ମୃତ୍ୟୁ ଆଜୀବନ

ଥିଲା ରହିଛି ରହିବ ଅନ୍ତରୁ ଅନନ୍ତ ଭୋକ ।

ମାଆ ଥନରୁ ଜୀବନ ଅଜାଡ଼ି

ବାପା ରକ୍ତ ମାଂସକୁ ସ୍ଵେଦରେ ନିଗାଡି

ପ୍ରକୃତି ସମ୍ଭାରରେ ଦୂର କରେ ଭୋକ ।

ଚିରନ୍ତନ ଶାନ୍ତିରେ ପୂର୍ଣ୍ଣ କରେ

ବରଷା ବୈଶାଖ ବସନ୍ତର ଯତିପାତ

ନାନା ଶସ୍ୟ ସମ୍ଭାରରେ ଦୂର ହୁଏ ଭୋକ ।

ପେଟରୁ ପାପ ପୁଣ୍ୟଦ୍ଵାର ଯାଏ

ଅଙ୍କା ବଙ୍କା ଗହନ ରାସ୍ତାର ଅନ୍ତିମ ଚରଣ

ଦୁଇ ମୁଠା ଖାଦ୍ୟର ପରିତୃପ୍ତ ଆତିଥେୟତା ଭୋକ ।।


Rate this content
Log in

More oriya poem from Gangotri Priyadarshini

Similar oriya poem from Abstract