STORYMIRROR

Tapan Kumar Biswal

Classics Inspirational

4  

Tapan Kumar Biswal

Classics Inspirational

ଶବ୍ଦ

ଶବ୍ଦ

1 min
194


ନିତି ଖୋଜିଥାଏ ନୂଆ ନୂଆ ଶବ୍ଦ

ଯେତେ ମିଳିଲେ ବି ସନ୍ତୁଷ୍ଟ ହୁଏନି

ପୁଣି ଲାଗିପଡି ଥାଏ

ନୂତନ ଶବ୍ଦ ମିଳିବାର ସନ୍ଧାନେ ll


ଶବ୍ଦ ପାଇଁ ସଦା ସର୍ବଦା ଥାଏ ବ୍ୟାକୁଳ

ଚାତକ ଯେମିତି ଉପରକୁ ଚାହିଁ ଉଡୁଥାଏ

ବର୍ଷା ପାଣିରୁ ଟୋପାଏ ପାଇବା ପାଇଁ ll


ଶବ୍ଦରେ ଶବ୍ଦ ଯୋଡି 

ଲେଖନୀ ମୁନରେ ଆଙ୍କି ଦିଏ 

ଅନେକ ଜୀବନ୍ତ ବାସ୍ତବ ଛବି

ଗଳ୍ପ କବିତା ଆତ୍ମଜୀବନୀ

କାବ୍ୟ ଉପନ୍ୟାସ ଇତ୍ୟାଦି ଅନେକ କିଛି ll


ଶବ୍ଦରେ ଶବ୍ଦ ଯୋଡି

ଫୁଟାଇ ପାରେ ଥୁଣ୍ଟା ଗଛରେ

ନୂତନ ଜୀବନର ସମ୍ଭାବନା

ସାଉଁଟି ପାରେ ସୁଦୂର ପର୍ବତର

ଅପରୂପ ଅମୂଲ୍ୟ ସୌନ୍ଦର୍ଯ୍ୟକୁ ll


ସଚେତନ କରିପାରେ ପରିବେଶକୁ

ଶବ୍ଦକୁ ଶବ୍ଦରେ ଯୋଡି

ଭିଜାଇ ଦେଇପାରେ ପାଠକର ଆଖିକୁ

ଆତ୍ମଜୀବନୀ ର ଗହନ ଗାଥାରେ 

ପ୍ରେରଣା ଦେଇପାରେ ମଧ୍ୟ

ଅନୁରୂପ ଭାବେ ଉପନ୍ୟାସ ମାଧ୍ୟମରେ ll


କଳା ସଂସ୍କୃତି ଚଳଣୀର କଥା

ମନୋରଞ୍ଜନ ଶିକ୍ଷା 

ଆଧ୍ୟାତ୍ମିକ ଭାବନାର ମୂଳଦୁଆ ପକାଏ

ଶବ୍ଦକୁ ଶବ୍ଦରେ ବାନ୍ଧିଦେଇ ll


ବାସ୍ତବରେ କବି ନିଜେ ନିଜକୁ ଭୁଲିଯାଏ

କିନ୍ତୁ ଉଣା କରେନାହିଁ ଶବ୍ଦ ଖୋଜିବାକୁ ପ୍ରତିଦିନ

ଯୋଗାଡ଼ କରି ତୋଳି ଦିଏ ଅନ୍ୟାନ୍ୟ ପସରା

ମେଲି ଦିଏ ଶବ୍ଦର ଆସର ପାଠକ ନିମନ୍ତେ ll


କେବେ ଥକି ପଡେନାହିଁ

ଭୁଲେ ନାହିଁ ନୂତନ ଶବ୍ଦ ଖୋଜିବାକୁ

ଯେତେ ଖୋଜିଲେ ମଧ୍ୟ ସନ୍ତୁଷ୍ଟ ର ଅନ୍ତ ନାହିଁ ତାର

ନିରବଚ୍ଛିନ୍ନ ଭାବେ ଖୋଜେ ନିତି

ନୂଆ ଶବ୍ଦ ପାଠକ ମାନଙ୍କ ନିମନ୍ତେ ll


             


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics