STORYMIRROR

subrat kumar jena

Classics

4  

subrat kumar jena

Classics

କଜ୍ଜ୍ୱଳ ନୀରବତା

କଜ୍ଜ୍ୱଳ ନୀରବତା

1 min
404

ତୁମ ଆଖି ଧାର ନୀରବ କଜଳ ଗାର,

ଦୁରୁରୁ ଦେଖିବି କରେ ତୁମକୁ ମୋର .

ସପନ ବାସିଲା ମୋର ମହ ମହ ହୋଇ,

ଶରତ ସନ୍ଧ୍ୟାରେ ପ୍ରେମ ପକ୍ଷୀ ଦେଲାଟି ଗାଇ.

ଦେହ ଥରୁଥିଲା ମନ ହଜୁଥିଲା,

ଜାଣେନା ତୁମ ଆଖିର କି ମାଦକତା ଥିଲା .

କହିଲନି କିଛି ଚାଲିଗଲ ତୁମେ ହସି,

ଭାବି ଭାବି ତୁମ କଥା ଦଣ୍ଡିଏ ଗଲି ମୁଁ ବସି .

ଆଗୋ ରାଜହାଂଶି ନୀଳ ନୟନା,

ତୁମେ ମୋ ରାଧିକା ମୁଁ ତୁମ ଯମୁନା .

ଅଙ୍ଗେ ଅଙ୍ଗେ ତୁମ ଭରା ଯୌବନ,

ତୁମ ପ୍ରେମ ଜାଲେ ବନ୍ଧା ମୋ ଜୀବନ .

ଅଳ୍ପ ଚାହଁ ତୁମେ ବେଶି ବେଶି ହସ ,

ତୁମକୁ ଚାହିଁଲେ ବଢେ ମନ ତଳ ଶୋଷ.

ରୂପର ରୂପଶୀ ପ୍ରେୟର ପ୍ରିୟାଶୀ,

ତୁମେ ମୋ ସପନ ପୁଣି ରାତିର ଶଶୀ ।।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics