STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Classics

4  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Classics

କବିତା ମାଟି ଘର

କବିତା ମାଟି ଘର

1 min
406


ମାଟି ଘର 

ଥିଲା ମାଟିର ସ୍ଵର୍ଗ, 

ଏକ ଅନ୍ନରେ ରହୁଥିଲେ 

ସପରିବାର ବର୍ଗ। 

ପରସ୍ପର ମଧ୍ୟେ ଥିଲା 

ସ୍ନେହ ଶ୍ରଦ୍ଧା ନିରନ୍ତର, 

ସେ ଘର ଥିଲା 

ଏକ ମନ୍ଦିର। 

ପିତାମାତା ଥିଲେ 

ହୋଇ ଠାକୁର ଠାକୁରାଣୀ, 

ହସ ଖୁସି ଭରି ଥିଲା 

ନ ଥିଲା ଭାଳେଣି। 

ସେ ମାଟି ଘର 

ଏବେ ବଦଳି ଗଲାଣି, 

ନୂଆ ରୂପେ ପକ୍କା ହୋଇ 

ଦେଖାଏ ତା' ଠାଣି। 

ନଡା ଛପରର ଛାଉଣୀ 

ନେଇଛି ମେଲାଣି, 

ସେ ସ୍ମୃତି ତାର 

ହୋଇଛି ଇତିହାସର କାହାଣୀ। 

ମାଟି ଘରେ ଥିଲା 

ନିଆଁ ପାଣି ପବନର ଭୟ, 

ପ୍ରାକୃତିକ ବିପର୍ଯ୍ୟୟରେ 

ବିଦିରି ଯାଉଥିଲା ହୃଦୟ। 

ନାହିଁ ଆଉ ସେ ଚିନ୍ତା 

ବଦଳାଇ ଦେଇଛି ସମୟ, 

ମାନବର ହୋଇଛି ବିଜୟ। 

ମାଟି ଘର ମାଟିରେ ମିଶି 

ଠିଆ ହୋଉଛି ପକ୍କା, 

ତଳ ଉପରେ ତଳ 

ବହୁ ତଳ ଅଟ୍ଟାଳିକା।

ସେ ଘରର ଚଳଣି 

ସବୁ ବଦଳି ଯାଇଛି, 

ଜୀବନଯାପନ 

ନୂଆ ଶୈଳୀରେ ଚାଲିଛି। 

ଫରକ କେବଳ ଏତିକି 

ମାଟି ଘରର ମଣିଷ 

ଆଉ ପକ୍କା ଘର ମଣିଷ 

ମଧ୍ୟରେ ନାହିଁ 

ସମାନ ମାନସିକତା, 

ମାଟି ଘରର ମଣିଷ ଭିତରେ 

ଥିଲା ସମ୍ବେଦନଶୀଳତା 

ପକ୍କା ଘର ମଣିଷ ଭିତରେ 

ଅଛି ପରଶ୍ରୀକାତରତା।

***  ***  ***





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics