ରକ୍ଷାକର ଭାବଗ୍ରାହୀ (୧)
ରକ୍ଷାକର ଭାବଗ୍ରାହୀ (୧)
ବେଳ ବୁଡିଲାଣି ବଳ ସରିଲାଣି
ବାଳ ବି ଗଲାଣି ପାଚି
ବୟସ ବୋଝରେ ଅଣ୍ଟା ବାଙ୍କିଲାଣି
ପାରୁନାହିଁ କିଛି ପାଞ୍ଚି ॥
ଆଖିକି ଦିଶୁନି ବୁଦ୍ଧିବି ପଶୁନି
କାନକୁ ଶୁଭେନି କିଛି
କାମରେ ମୋହର ଲାଗୁନାହିଁ ଧନ
ରଖିଥିଲି ଯେତେ ସଞ୍ଚି ॥
ସମୟ ସୁଅରେ କୁଟା ଖିଅ ପରି
ଭାସୁଅଛି ମୁହିଁ ଏଠି
ନଜର ଆସୁନି ନିଜର ମଣିଷ
ଖୋଲୁ ନାହିଁ ମୋର ପାଟି ॥
ଉବୁ ଟୁବୁ ମୁହିଁ ମଝି ଦରିଆରେ
ଥଳକୁଳ ଦିଶୁନାହିଁ
ଦୁଇ ବାହୁ ଟେକି ଡାକୁଅଛି ତୋତେ
ରକ୍ଷାକର ଭାବଗ୍ରାହୀ ॥
ଜାଣିଛି ଜାଣିଛ ସବୁ କିଛି ପ୍ରଭୁ
ପୁଣି ଜଣାଉଛି ତୋତେ
ବାହୁଡା ବେଳାରେ ମାଗୁଛି ଏତିକି
କୋଳେଇ ନେବୁ ତୁ ମୋତେ ॥