ତେଲ
ତେଲ


ଅମୂଲ୍ୟ ଦରବଟିଏ ତେଲ ।
କିଏ ଦେବ ଅବା ତାର ମୂଲ ।
କରୁଛି ଆମ ଜୀବନକୁ ନିୟନ୍ତ୍ରଣ ।
ତା ବିନୁ ଅନ୍ୟ ଗତି ନାହିଁ ଜାଣ ।
ତା ଯୋଗୁଁ ଚାଲେ କାରବାର ।
ବିଶ୍ୱ ବେପାର ତା ଅଧୀନର ।
ଯା ପାଖେ ଯେତେ ତେଲ ଅଛି ।
ସବୁଠୁ ଶକ୍ତିଶାଳୀ ସେ ହୋଇଛି ।
ଦୁନିଆରେ ଯାନ ଯେତେ ଅଛି ।
ତାକୁ ପିଇଲେ ରାସ୍ତାରେ ଗଡୁଛି ।
ଯନ୍ତ୍ରପାତି ହେଉଛି କାର୍ଯ୍ୟକ୍ଷମ ।
ମୋବିଲ ଗ୍ରୀଜ କମାଏ ଘର୍ଷଣ ।
ଖାଦ୍ୟରେ ତେଲ ନପଡ଼ିଲେ ।
ସୁଆଦ ନଆସଇରେ ଭଲେ ।
ଔଷଧୀୟ ତେଲ ଅଛି ଯେତେ ।
ରୋଗରୁ ଉପଶମ ଦିଏ ସେତେ ।
ମୁଣ୍ଡରେ ଠେକା ପାଦରେ ତେଲ ।
ବଇଦ ସଙ୍ଗେ ନହେବ ଗେଲ ।
ଏବେ ତେଲିଆ ମୁଣ୍ଡରେ ତେଲ ।
ଏଠି ଗରିବ ହୁଏ ଖାଲି କଲବଲ ।
ତେଲ ଦୁନିଆର ଚମତ୍କାର ଉତ୍ପାଦଟିଏ ।
ଫଳ ପାଏ ଭଲସେ ମାରି ଜାଣେ ଯିଏ ।
ଅତ୍ୟନ୍ତ ଦୁର୍ଲଭ ଅଟଇ ତୈଳ ପୁରାଣ ।
ଶୁଣହେ ସୁଧୀଜନ ମନ ଧ୍ୟାନ ଦେଇଣ।