STORYMIRROR

Prasanna Kumar Madala

Classics

4  

Prasanna Kumar Madala

Classics

ଲକ୍ଷ୍ମୀ ସ୍ତୁତି

ଲକ୍ଷ୍ମୀ ସ୍ତୁତି

1 min
486


ବିଶ୍ବମ୍ଭର ପ୍ରାଣପ୍ରିୟା     ବାରିଧି ଗର୍ଭତନୟା

   ବିକଳେ ବିପୁଳା ମା'ଗୋ କର ସୁଦୟା

ବକ୍ଷେ ବାମା ବିଷୁକାୟା  ବିହରଣେ ପଦ୍ମାଳୟା

   ବରଷୁଛ ପ୍ରେମସୁଧା କି ପୁଣ୍ୟତୋୟା

       ବିପତିବାହନଙ୍କ ଜାୟା

   ବିପତ୍ତି ବେଳେ ଦିଅ ତୁମ୍ଭ ଛତ୍ରଛାୟା ।   

  

ବାରିରୁହେ ପ୍ରୀତି ବହି   ବାହାରେ ବହିତ୍ର ବାହି

   ବାହାରେ ବିସିନୀ ଯାହା ବିହିତେ ମୁହିଁ

ବିଧୂରେ ବଢାଏ ରହି ,   ବିସାରି ମା' କର ତୁହି

   ବହନେ ବହନ କର ଭାବରେ ମୋହି

       ବିଷମ ବିଷ୍ଟମ୍ଭେ ଯେ ଦହି

   ବିଷୟା ବିଷୟେ ନୋହେ ବିଷଣ ସହି ।


ବିବୁଧ ବାକ୍ୟେ ଏଥର   ବିନତି ବାଢେ କୁମର 

   ବାରେ ବସ ବସୁମତୀ ବାସେ ମୋହର

ବିହିତ ବିମଳ ମୋର    ବିକଚ ପ୍ରସୂନ ଭାର

   ବିମୋହେ ବିମର୍ଦ୍ଦ ବାର ବିମତି ଘୋର

       ବିନୀତ ବାକ୍ୟେ କି ବଧିର

   ବଦ୍ଧାଞ୍ଜଳି ବନ୍ଦନ ମୋ ଘେନ ସତ୍ବର ।


       


( ଶବ୍ଦାର୍ଥ :- ବିଶ୍ବମ୍ଭର-ବିଷ୍ଣୁ , ବିପୁଳା - ଭୂଦେବୀ , ବାମା-ପତ୍ନୀ , ବିଷୁକାୟା-ସମାନ ଅଙ୍ଗ , ପୁଣ୍ୟତୋୟା-ପବିତ୍ର ଜଳ , ବିପତି-ଖଗପତି/ଗରୁଡ , ଜାୟା-ପତ୍ନୀ , ବାରିରୁହେ-ପଦ୍ମରେ ,ବହି-ବହନ କରି ,ବାହାରେ-ବାହୁରେ , ବହିତ୍ର-ନାବ , ବାହାରେ-ବାହାର ହୁଏ , ବିସିନୀ-କମଳିନୀ , ବିହିତେ-ଉପଯୁକ୍ତ ଭାବେ , ବିସାରି-ବିସ୍ତାର କରି , ବହନ-ଶୀଘ୍ର , ବହନ କର-ଧର , ବିଷ୍ଟମ୍ଭ-ବାଧା , ବିଷୟା-ଭୌତିକ ସୁଖ , ବିଷଣ-ବିଷ ସଞ୍ଚାର , ବିବୁଧ - ସୁଜ୍ଞାନୀ , ବିକଚ-ବିକଶିତ , ପ୍ରସୂନ-ପୁଷ୍ପ , ବିମୋହେ-ମୋହିତ ହୋଇ , ବିମର୍ଦ୍ଦ-ବିନାଶ କର , ବିମତି-ଦୁର୍ବୁଦ୍ଧି , ବଦ୍ଧାଞ୍ଜଳି- କୃତାଞ୍ଜଳି । )


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics