STORYMIRROR

Gangotri Priyadarshini

Abstract Classics Inspirational

4  

Gangotri Priyadarshini

Abstract Classics Inspirational

ମୁଖା ଲଗା ମଣିଷ

ମୁଖା ଲଗା ମଣିଷ

1 min
418


ଭଲରେ ବଞ୍ଚିରୁହ

କିଏ ମନା କରୁଛି !!!

ପୃଥିବୀ ରେ ,

ପୋକ ମାଛି ଙ୍କ ପାଇଁ ବି ସୁବିଧା

ହୃଦୟ ରୁ ଭାବି ଦେଖ

ଆମେ କେତେ ଦାବିଦାର ଶାସନ ପାଇଁ???


କାହା ଉପରେ ତୁମର କି ଅଧିକାର

କଣ ତୁମର କଷ୍ଟ ଲବ୍ଧ

ମିଛ କଥା ହଜାରେ ପଦ ଅନର୍ଗଳ ଗପିପାର

କହି ପାରିବ ମୋତେ 

ଗରିବ ଛୁଆ ଙ୍କୁ କାଇଁ 

ଖାଇବା ମୁଠେ ମିଳୁନି ଏଠି !!!


ଯେ ସବୁ କଥାରେ ଅନ୍ୟର ଦୁଃଖ ଦେଖି

ପାଟିରେ ଓହୋ ଚୋଚୋ କରେ

ସେ କଣ ସତରେ ଦାନବୀର

ନା ସବୁ ଲୋକ ଦେଖାଣିଆ !!!


ଭୋକ ବିକଳରେ ଯେବେ

ଛୁଆ ରାହା ଧରି କାନ୍ଦେ

ମାର ଶୁଖିଲା ମୁହଁ କୁ ଚାହିଁ

କହିଲେ କଣ ନା ଆମେ 

ପରିବର୍ତ୍ତନ ର ସୂତ୍ରଧର !!!


କାହାକୁ ଜଗିଛ ଯେ ????

ଅଭୟ ବର କିଏ ଦେବ

ବାହାବା କଣ ଏମିତି ରେ ଦରକାର

ରଖ ହୋ ତୁମ ଶିରା ବତୁରା ବାକ୍ଚାତୁରି !!! 


ଯାହା କରୁଛ କର

ଯିଏ ମରୁଛି ମରୁ

ଯିଏ ବଞ୍ଚିବା ପାଇଁ ଅନ୍ୟକୁ ମାରୁଛି ମାରୁ

ଉତ୍ତର ତ ଦେବାକୁ ହେବ

ଶେଷ ସମୟରେ ଟିକ୍ ନିକ୍ 

ଉପୁରି ସହ ସୁଧ ମୂଳ !!!


ସବୁ ବ୍ୟବସ୍ଥା ଓ ଅବ୍ୟବସ୍ଥାରମୁଳଦୁଆ 

ତୁମେ ନିଜେ ଗଢ଼ ନିଜେ ଭାଙ୍ଗ

ଆମକୁ ନେଇ ତୁମର

ସବୁ ରାଜନୀତି ,ଦୁର୍ନୀତି

ପ୍ରଗତି,ଅର୍ଥନୀତି 

ଯଥା ରୀତି ଆଗେଇ ଚାଲେ

ତେତିଶ କୋଟି ବିଶ୍ୱାସ ର ଦ୍ୱାହି ଦେଇ !!


ଆଉ ଟିକେ ରହିଲା,

ମଣିଷ ବୋଲି ଯେମିତି ଭୁଲି ନ ଯା

ଜୀବନ ଆଜି ଅଛି କାଲି ନାଇଁ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract