STORYMIRROR

Anirudha Kund

Classics

4  

Anirudha Kund

Classics

କହ ଲୋ ମା ତ୍ରିଲୋକ ପାଳିନୀ

କହ ଲୋ ମା ତ୍ରିଲୋକ ପାଳିନୀ

1 min
183


ଯାହା ମୁଁ ଦେଖୁଛି ଯାହା ମୁଁ ଧରୁଛି

   ସବୁ ତୋର ଜଗତ ଜନନୀ

କିସ ଦେଇ ତୋତେ ପୂଜିବି ଗୋ ସତେ

   ଅସହାୟ ମୁହିଁ ଚଣ୍ତାଳୁଣୀ ॥୦॥


ବସାଇବି ତୋତେ ମନର ମନ୍ଦିରେ 

    ଛିଞ୍ଚି ଲୋ ଆନନ୍ଦ ଅଶ୍ରୁ ପାଣି

ବିବେକ ମାଣରେ ଅତି ଯତନରେ

   ଭକତିଧାନ ଜଟକୁ ବୁଣି

ଆସିବୁ ଲୋ ମାଆ ହେବୁ ତୁହି ସାହା 

  ମହାଲକ୍ଷ୍ମୀ ଶ୍ରୀକ୍ଷେତ୍ର ବାସିନୀ ॥୧॥


ଭାବ ଗନ୍ଧବୋଳା ପ୍ରେମ କଉଡିରେ   

   ଆଖି ନାକ ହୃଦୟରେ ଟାଣି

 ବିଶ୍ବାସ ଖଟୁଲି  ଉପରେ ବସାଇ

  ନିଶ୍ବାସ ନୈବେଦ୍ୟ ଦେବି ପୁଣି

ପରାଣ ପ୍ରଦୀପେ ଶ୍ରଦ୍ଧା ଘିଅ ଢାଳି

  ଡାକୁଛି ମା କମଳ ବାସିନୀ ॥୨॥


 ଯାଚିକି ଦେଇଛୁ ଆଶା ଠୁ ଅଧିକ

 ମା ବୋଲି ତୋତେ କେବେ ମାଗିନି

 କରୁଣା ଦାୟିନୀ ମାଆ ନାରାୟଣୀ

  ଦୟାରଖିବୁ ମନକଥା ଜାଣି

କିକହିବି ସତେ ଅଜଣାକି ତୋତେ

 କହଲୋ ମା ତ୍ରିଲୋକ ପାଳିନୀ ॥୩॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics