STORYMIRROR

Prafulla Chandra Mishra

Classics Inspirational

4  

Prafulla Chandra Mishra

Classics Inspirational

ଶିକ୍ଷକ

ଶିକ୍ଷକ

1 min
286


ପିତା ମାତା ମୋର  ପ୍ରଥମ ଶିକ୍ଷକ  ଘର ମୋ ଶିଶୁ ମନ୍ଦିର

ଦରୋଟି ଭାଷା ମୋ  ଠୁକୁ ଠୁକୁ ଚାଲି  ଅଜା ଆଈମା କୋଳ ।

ବୋଉ କୋଳେ ଥାଇ  ଜହ୍ନ କୁ ଦେଖିଲି ବୋଉ ଗାଉଥିଲା ଗୀତ

ଆଆ ଜହ୍ନମାମୁଁ  ସରଗ ଶଶି ରେ  ମୋ ଧନ ର ‌ହେବୁ ମିତ ।।


ବାପାଙ୍କର ହାତ ଧରି ଶିଖିଲି ମୁଁ ମୁଣ୍ଡ ଟେକି ଗରବରେ

ଚାଲିବା ଶିଖିଲି ଘର ଚାଟଶାଳୀ ପ୍ରଥମ ବିଦ୍ୟା ମନ୍ଦିରେ ।

ଶିକ୍ଷକ ଶିକ୍ଷାର ଭିତ୍ତିଭୂମି ଶିଶୁ ଜ୍ଞାନଚକ୍ଷୁ ଦିଏ ଖୋଲି

ଶିକ୍ଷକେ ବିଦ୍ୟାର ମେରୁଦଣ୍ଡ କହି ବିଦ୍ୟାଦାନ କରେ ବୋଲି ।।


ପିତା ମାତା ସମ ଗୁରୁଜୀ ଗୁରୁମା ଭାଇ ସମ ଗୁରୁ ଭାଇ

ବିଦ୍ୟାଳୟ ଘର  ସତେକି ବୈକୁଣ୍ଠ ପୁର ସମାନ ଲାଗଇ ।

ବାତ୍ସଲ୍ୟ ପ୍ରେମରେ ମମତା ମଧୁରେ ଛାତ୍ର ବତ୍ସଳ ଶିକ୍ଷକ 

ଗଢି ଦେଇଥାଏ ଉତ୍ତମ ଛାତ୍ର ଯେ ଜଳାଏ ଦିବ୍ୟ ଆଲୋକ ।।


ଛାତ୍ର ହେଲେ ବଡ଼  ନାଆଁ ଶିକ୍ଷକର ସଂସାରେ ହୁଏ ବିଦିତ

ରାଧା କ୍ରୀଷ୍ଣାନ ଙ୍କ ଜନ୍ମ ଦିନ ଗୁରୁ ଦିବସ ନାମେ ନାମିତ ।

ଶିକ୍ଷକ ଗଢନ୍ତି  ଦେଶ ଭବିଷ୍ୟତ କୌଟିଲ୍ୟ ଯେ ଚନ୍ଦ୍ରଗୁପ୍ତ 

ରାମ ଦାଶ ଗୁରୁ ଙ୍କ ଶିଷ୍ୟ ଶିବାଜୀ ଧନ୍ୟ ସେ ଶିକ୍ଷକ ଛାତ୍ର ।।


ଆରୁଣୀ ଧନ୍ୟ ସେ ତ୍ୟାଗ ଗୁରୁ ଭକ୍ତି ଧନ୍ୟ ଧୌମ୍ୟ ମୁନିବର

ଶିକ୍ଷକ ଓ ଛାତ୍ର ପରମ୍ପରା ଗାଥା କେବେଠୁ ହେଲାଣି ଦୂର ।

ଧନ୍ୟ ଏକଲବ୍ୟ ଧନ୍ୟ ଦ୍ରୋଣ ମୁନି ଧନ୍ୟ ସେହି ଗୁରୁ ଛାତ୍ର

ଶିକ୍ଷକ ଛାତ୍ର ର ସମ୍ଵନ୍ଧ ଲେଖିଲ ଯେତେ ସବୁ ପୋଥି ପତ୍ର ।।


ଏମନ୍ତ ଶିକ୍ଷକ ବିଦ୍ୟା ନିକେତନେ ସମାଜର ମଥା ମଣି

ସମାଜ ଗଠନେ ଉତ୍ତମ ଶିଷ୍ୟ ଗଢେ ସେ ପୂଜ୍ୟ ବିନ୍ଧାଣି ।

ଯେତେ ଗୁରୁ ମୋର ସେ ପଦ୍ମ ପୟର ରେଣୁ ମୋ ମଥା ତିଳକ

ଉତ୍ତମ ସମାଜ ଉତ୍ତମ ଜୀବନ ଗଢେ ଉତ୍ତମ ଶିକ୍ଷକ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics