Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Dash

Abstract Classics Others

4  

Anita Dash

Abstract Classics Others

♦️ପୁତନା ଅନ୍ତର କଥା♦️

♦️ପୁତନା ଅନ୍ତର କଥା♦️

1 min
203



ରାକ୍ଷସୀ, ପାତକୀ, ପ୍ରାଣ ଘାତିନୀର, ବିଶେଷଣରେ ମୁଁ ବନ୍ୟା

ପୁଣ୍ୟ-ପବିତ୍ରତା ଶୂନ୍ୟ ବୋଲି ମୋର ନାମ ରହିଛି ପୁତନା !

ଅସୂୟା- କଳଙ୍କ କାଳିମାରେ ଲେଖା ମୋ ଜୀବନ ଇତିହାସ

ଜୀବନ ଦାନରେ ଜୀବନକୁ ନେଇ, ମୁଣ୍ଡେଇଛି ଅପଯଶ !



ସମସ୍ତଙ୍କ ପାଇଁ ମୁଁ ସିନା ରାକ୍ଷସୀ କଂସର ଅଭିପ୍ରେରିତ

ହେଲେ ତୁତ କାହ୍ନା ସବୁ ଜାଣିଅଛୁ, ମୋର ଅଭିପ୍ରାୟ ସତ !

ତୋର ସାଥେ ଭାବ ଏ ଜନମେ ନୁହେଁ, ପିଛିଲା ଜନ୍ମରୁ ଅଛି

ମୁଁ ତ ବଳି ରାଜ କନ୍ୟା ରତ୍ନମାଳା ସଭିଙ୍କୁ ଅଜଣା ଅଛି !



ତୋ ବାମନ ରୂପେ ହୋଇ ବିମୋହିତ ଯାଗିଥିଲା ମାତୃ ପ୍ରାଣ

କୋଳେ ଧରି ସ୍ତନ୍ୟ ପାନ ଦେବାପାଇଁ ବଳିଥିଲା ମୋର ମନ !

ଅନ୍ତର୍ଯ୍ୟାମୀ ମୋର ଅନ୍ତରର ଭାବ ପାରିଥିଲ ବୋଲି ଜାଣି

ଏଇ ଜନମରେ ମନ କାମନା ମୋ ପୂରା କଲ ଚକ୍ରପାଣି !



ଦିବ୍ୟ ମାତୃତ୍ୱର ପରଶକୁ ପାଇ ହୋଇଗଲି ଶତ ଧନ୍ୟ

ଅସୁର ଜନ୍ମରୁ ମୁକତି ଲଭି ମୁଁ ପାଇଲି ସରଗ ଧାମ !




Rate this content
Log in

Similar oriya poem from Abstract