STORYMIRROR

Sambit Srikumar

Classics Inspirational Others

4  

Sambit Srikumar

Classics Inspirational Others

ନିୟତି

ନିୟତି

1 min
250


ଏ' ଛାର ମଣିଷ ଅଟଇ ମାତର ନିଷ୍ଠୁର ନିୟତିର ଦାସ

ସେଥି ଲାଗି ପରା ମହାରାଜା ନଳ କାଟିଥିଲେ ଘାସ

ରାଜା ହରିଶ୍ଚନ୍ଦ୍ର ସତ୍ଯ ରକ୍ଷା କରି ବନିଥିଲେ କ୍ରୀତଦାସ

ପ୍ରଭୁ ରାମଚନ୍ଦ୍ର ଭୋଗିଥିଲେ ଚଉଦ ବର୍ଷ କାଳ ବନବାସ!!

ବସୁଦେବ - ଦେବକୀ ଯେ' ସହିଥିଲେ ଦୁଃସହ୍ଯ କାରାବାସ

ଲୀଳାମୟ ଅବତାରୀ ଶ୍ରୀକୃଷ୍ଣ କରିଥିଲେ ଗଧ ପାଦ ସ୍ପର୍ଶ

ମହାବୀର ଅର୍ଜୁନ ଧରିଥିଲେ କାଳ ବଳେ ବୃହନଳା ବେଶ

କାଳର ପ୍ରଭାବରେ ନାଶ ଗଲା ମହାପ୍ରତାପୀ ଯଦୁବଂଶ!!

ମହାରାଣୀ କୁନ୍ତି ତ୍ୟଜିଥିଲେ ଅପଣାର ପ୍ରିୟ ଜ୍ୟେଷ୍ଠ ସୁତ

ରାଜମାତା ଗାନ୍ଧାରୀ ବରିଥିଲେ ଦୃଷ୍ଟିହୀନ ପତିଙ୍କର ହସ୍ତ

ଯାଜ୍ଞସେନୀ ପ୍ରତ୍ୟକ୍ଷିଲେ ଜୀବନରେ କେତେ ଉପହାସ

ଜଗତଜନନୀ ମାତା ସୀତା ଦେଇଥିଲେ ଅନଳରେ ଝାସ!!

ମୁହିଁ ଅବା ଏଇ ବିଧିବିଧାନରୁ କିମ୍ପା ହୋଇବି ବଞ୍ଚିତ

ଏହା ଚିନ୍ତି ଚଳିଲେ ନିଶ୍ଚେ ମିଳିବ ସୁଖ ଶାନ୍ତି ଶାଶ୍ୱତ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics