STORYMIRROR

SACHALA GURU

Classics

4  

SACHALA GURU

Classics

ଗଛ

ଗଛ

1 min
257

ବିଶ୍ୱ ବ୍ରହ୍ମଣ୍ଡର ସକଳ ସୃଷ୍ଟିର 

  ଅଟଇ ପ୍ରାଣ କରତା 

ଉଦ୍ଭିଦ ଜଗତ ପ୍ରାଣୀ ଜଗତର 

   ତୁମେ ହିଁ ଭାଗ୍ୟ ବିଧାତା ll1ll

ଉଦ୍ଭିଦ ଜଗତ କରେ ଆନନ୍ଦିତ 

   ଜୀବ ଜଗତ ର ପାଇଁ 

ଉଭୟଙ୍କ ମଧ୍ୟେ ଭାରସାମ୍ୟ ରହେ 

   ନହେଲେ ରହିବ ନାହିଁ ll2ll

ବୃକ୍ଷ ଜଗତରୁ ଅମ୍ଳଜାନ ମିଳେ 

   ଜୀବନର ପ୍ରାଣ ଦଣ୍ଡ 

ଗଛ ତରୁଲତା ନଥିଲେ ପ୍ରାଣୀର 

   ଲଭିଥାଏ ଯମଦଣ୍ଡ ll3ll

ପାଦପର ବିନା ବର୍ଷା ର ଶୂନ୍ୟତା 

  ମରୁଡ଼ିର ଆଗମନ 

ଜୀବଜଗତର ଖାଦ୍ୟର ଅଭାବୁ 

   ଅସହାୟ ହୁଏ ପ୍ରାଣ ll4ll

ବୃକ୍ଷ ଉପକାର ଜୀବନରେ ସାର 

    ସଭିଙ୍କ ଅମୁଲ୍ୟ ଧନ 

ପ୍ରାଣୀଙ୍କ ଜୀବନ ଅଟେ ପ୍ରାଣ ଧନ 

ତାବିନୁ ଜୀବନ ଶୂନ୍ୟ ll5ll

ସକଳ ଶକ୍ତି ର ଜୀବନ ଆଧାର 

    ନାନା ଔଷଧ ର ମୂଳ 

ତବିନା ଔଷଧ ହୁଏ ବିପରୀତ 

  ରୋଗ ହୁଅଇ ନିଷ୍ଫଳ ll6ll

ବୃକ୍ଷ ରୂ ସମସ୍ତ ଅସବାବ ପତ୍ର 

    ନିର୍ମିତ ହୋଇଣ ଥାଇ 

ମହା ମୂଲ୍ୟବାନ ଫଳ ପୁଷ୍ପେ ପୂର୍ଣ୍ଣ 

  ସକାଳ ସମ୍ପଦେ ରହି ll7ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from SACHALA GURU

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ବନ୍ଦୀ

ବନ୍ଦୀ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ

Similar oriya poem from Classics