STORYMIRROR

DILIP KUMAR SAHOO

Classics Inspirational

4  

DILIP KUMAR SAHOO

Classics Inspirational

ତରୁଣ

ତରୁଣ

1 min
239

ଆମେରେ ତରୁଣ, ନିଇତି ଫଗୁଣ

ତନୁବନ ଆମ ଛୁଉଁଛି

ଚଇତି ପବନ ଫୁଲର କାହାଣୀ

କାନେ କାନେ ଆମ କହୁଛି ।

ସୂରୁଯକୁ ଆମ ଛୁଇଁବାକୁ ମନ

ଜୋଛନାରେ ଆମେ ଝୁମୁଛୁ

ଉତ୍ତାଳ ତରଙ୍ଗ ରଙ୍ଗ ମାପିବାକୁ

ସାଗର ବୁକୁରେ ହଜୁଛୁ ।

କଣ୍ଟାକୁ କହୁଛୁ ଆମ ମନକଥା

ଝାଞ୍ଜି ସାଥେ ମିତ ବସିଛୁ

ଦୁର୍ଗମ ପଥରେ ପାଦ ରଖି ଆମେ

ହୃଦୟର ଗୀତ ଲେଖିଛୁ ।

ଅସାଧ୍ୟ ବୋଲିତ ଜାଣିନାହୁଁ କିଛି

ଧୈର୍ଯ୍ୟର ପରିଧି ମାପିଛୁ

ଜିତିବାର ଆମ ଦୁର୍ବାର ଲକ୍ଷ

ସ୍ବପ୍ନରେ ନିତି ଭାସୁଛୁ ।

ନରମ ସକାଳ ଆମପାଇଁ ନିତି

ଲାଜର ଗହଣା ପିନ୍ଧୁଛି

ନିତି ନୂଆ ଆଶା ମନରେ ଆମର

ଲୁଚିଲୁଚି ବସା ବାନ୍ଧୁଛି ।



Rate this content
Log in

Similar oriya poem from Classics