Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bishwanath Sethi

Classics

4  

Bishwanath Sethi

Classics

ପ୍ରଭୁ ଶ୍ରୀରାମ

ପ୍ରଭୁ ଶ୍ରୀରାମ

1 min
259


ଅଯୋଧ୍ୟା ନରେଶ ନାମ ଦଶରଥ,

ସେ ଯେ ଥିଲେ ତିିିନି ରାଣୀଙ୍କ ନାଥ ।


ଦଶରଥଙ୍କର ଥିଲେ ଚାରି ସୁତ,

ରାମ ହୋଇଥିଲେ ପ୍ରଥମେ ଜାତ ।


ଅଯୋଧ୍ୟା ନଗର ଧନ୍ୟ ହୋଇ ଗଲା,

ଦଶରଥଙ୍କର କୋଳ ଯେ ପୂରିଲା ।


ପୁୁୁୁରୁଷଙ୍କ ମଧ୍ୟେ ସେ ପୁରୁଷୋତ୍ତମ,

ପାପ ନାଶିିବାକୁ ହୋଇଲେ ଜନମ ।


କେଡେ ଶାନ୍ତ ଶିଷ୍ଟ ସ୍ୱଭାବ ତାଙ୍କର,

ପ୍ରାଣ ସଖା ସିଏ ଦେବୀ ସୀତାଙ୍କର ।


ପିିତୃସତ୍ୟ ପାଳିିବାକୁ ରଘୁକୂଳ ସାଇଁ,

ବନବାସ ପାଇଁଁ ଯାଇଥିଲେ ଧାଇଁ ।


ଭ୍ରାତା ଲକ୍ଷ୍ମଣ ଓ ସୀତାଙ୍କୁ ଯେ ନେଇ,

ଚତୁର୍ଦ୍ଦଶ ବନେ ରହିଲେ ଯେ ଯାଇ ।


ସବରୀ କୁଟିିରେ ଅତିଥି ହୋଇଲେ,

ତା' ହାତୁୁ ଅଇଁଠା ଫଳ ଯେ ଖାଇଲେ ।


ଭକ୍ତ ହନୁମାନ ସଙ୍ଗେ ଭେଟ ହେଲେ,

ଭକ୍ତ ଭଗବାନ ଏକତ୍ର ହୋଇଲେ ।


ସୁୁଗ୍ରୀବ ସଙ୍ଗୀତେ ମଇତ୍ର ହୋଇଲେ,

ବନ୍ଧୁତାର ବାର୍ତ୍ତା ସଂସାରକୁ ଦେଲେ ।


ସେତୁ ବନ୍ଧ ବାନ୍ଧି ସୀତା ଠାବ କଲେ,

ଦଳ ବଳ ବାନ୍ଧି ଲଙ୍କା ଯାତ୍ରା କଲେ ।


ପାପ ନାଶିବାକୁୁ ଏ ଧରାପୃଷ୍ଠର,

ଜନମିିିଥିଲେ ଯେ ପ୍ରଭୁ ରଘୁବୀର ।


ଅତ୍ୟାଚାର ନାଶିବାକୁ ରାବଣର,

ନିିିଧନ କରିିବାକୁ କଲେ ବିଚାର ।


ରାବଣକୁ ମାରି ସୀତା ଉଦ୍ଧାରିିିଲେ,

ଧରାଧାମକୁ ଯେ ପାପୋଦ୍ଧାର କଲେ ।


ଅଧର୍ମ,ଅସତ୍ୟକୁ ଜୟ ସେ କଲେ,

ସତ୍ୟ ଓ ଧର୍ମର ଯେ ବାରତା ଦେଲେ ।



Rate this content
Log in

Similar oriya poem from Classics