ଦୁଃଖ
ଦୁଃଖ
1 min
223
ସେ ଅଟେ ମନର ଅକୁହା ବେଦନା,
ହରେଇଦେବାର ସେ ଭୌତିକ ଯନ୍ତ୍ରଣା ।
କାଳରାତ୍ରିର ସେ ଘନ ଅନ୍ଧକାର,
ଏକାକୀତ୍ଵଭାବର ଆର୍ତ୍ତଚିିତ୍କାର ।
ଭଙ୍ଗା ହୃଦୟର ସେ ମହାଶୂୂନ୍ୟତା,
ବିଫଳ ପ୍ରେମର ପୂର୍ଣ୍ଣ ନିରବତା ।
ଅପ୍ରିିିୟ ସତ୍ୟର ପ୍ରତିବିମ୍ବଟିଏ,
ପାଉଁଶ ତଳର ଜ୍ଵଳନ ସିିିଏ ।
ଦୁଃଖ ବେଳେବେଳେ ଝଡ ପରି ଆସେ,
ଜୀବନର ସବୁ ସୁଖକୁୁ ସେ ନାଶେ ।
ଜୀବନର ସିଏ କଷଟି ପଥର,
ଘଷି କରିଦିଏ ସବୁ ପରିିଷ୍କାର ।
ଆସିଥାଏ ସିଏ କେତେ ଯେ ରୂପରେ,
ପୁଣି ଆସେ କେବେ ତା' ସାଙ୍ଗ ସାଥିରେ ।