ନିରବ ନିଷ୍ପତ୍ତି
ନିରବ ନିଷ୍ପତ୍ତି
କେତେ କଥା ଥିଲା କହି ବାକୁ ଏଠି
ବୁଜିବା ଆଗରୁ ଆଖି
କେହି ଶୁଣିଲେନି ମୋ ମନ ବେଦନା
ସବୁ ରହିଗଲା ବାକି ,
ସମୟ ସାଥିରେ ତାଳ ଦେଲି ନାହିଁ
ପାରିଲିନି ମିଛ କହି
ସେଇଥି ପାଇଁ ତ ସମୟ ଆଗରୁ
ଅଦିନରେ ଗଲି ବୋହି ,
ସବୁ କଥାରେ ମୋ ବିବେକ ରୋକିଲା
ଚାଲିଲି ସତ୍ୟ ର ପଥେ
ପଣ କରି ଥିଲି ହାର ମାନିବିନି
ଆସୁ ଝଡ଼ ଝଞ୍ଜା ଯେତେ ,
ମୁଁ କି ଜାଣିଥିଲି ଦୁନିଆ ଟା ଆଉ
ଦୁନିଆ ହେଇକି ନାହିଁ
ଆପଣା ଲୋକ ହିଁ ତଣ୍ଟି କାଟି ଦେବ
ଟିକିଏ ଫାଇଦା ପାଇଁ ,
ପରିସ୍ଥିତି ଆଗେ ନିଷ୍ପତ୍ତି ନେଲି ମୁଁ
ନିରବରେ ମନେ ମନେ
ପାଦ ଦେଇଦେଲି ଅମଡ଼ା ବାଟରେ
କେଜାଣି କି ଅଭିମାନେ !
