STORYMIRROR

Lunar Das

Romance Tragedy

3  

Lunar Das

Romance Tragedy

ମନ

ମନ

1 min
204

ଅନେକ ଶ୍ରାବଣ ଗଲା ପରେ ବି

କେଜାଣି କାହିଁକି

ପୁଣିଥରେ ତୁମ ପାଇଁ

ଭିଜିବାକୁ ଇଚ୍ଛା ହୁଏ

ତୁମରି ସ୍ମୃତିରେ ।

ଏ ବର୍ଷା ଏ ଘନ ବାଦଲ

କ'ଣ ତୁମର ଆପଣାର....?

ଯଦି ନା ବୋଲି ଭାବିବି 

ଗୁମୁରି ଗୁମୁରି ପୁଣି ଥରେ କାନ୍ଦିବି

ପୁଣି ଭାବିବି ତେବେ ମୁଁ

ଅଯଥାରେ ଭିଜିଲି କାହିଁକି?

ଜହ୍ନକୁ ଖୋଜିବା ଆଶାରେ

ଢଙ୍କା ମେଘ ତଳେ ଡୁଙ୍ଗିଲି

ମନଟା ଆନମନା ହୋଇ ଚାଲିଗଲା

ପୁଣି ନିଜକୁ ନିଜ ଭିତରେ ଖୋଜିଲି

ଜହ୍ନଟା ମୋ ଭିତରେ ଥିଲା।

ମାୟା ନଗରୀର ରଙ୍ଗ ମଞ୍ଚରେ

ଉଠି ପଡ଼ି ଅଭିନୟ କରିବା

ଅମାନିଆ ନିରସ ଉକ୍ତିଟିଏ ଯେମିତି 

ଭାରାକ୍ରାନ୍ତ ମନରେ

ସୂର୍ଯ୍ୟର ଉଦ୍ରେକ ବି ହୁଏନା

ଅଯଥା ଅଭିଳାଷ ସବୁ

ସେଇ ନିରବ ଶବ୍ଦରେ...।

ମାନ ଅଭିମାନ ତ

କ୍ଷଣ ଭଙ୍ଗୁର ଆଶା

ସ୍ୱପ୍ନମାନେ ଏମିତି ଘନେଇ ଆସନ୍ତି

ଆଉ ମୁହଁ ଦେଖାଇ ଚାଲିଯାଆନ୍ତି

ଯେବେ ବିଦାୟ ନିଅନ୍ତି

ଶେଷ କଥାଟିଏ ବି

ବର୍ଷା ଭଳି ଅଜାଡ଼ି ଦିଅନ୍ତି

ଆମର ଆସିବା ଯିବାଟା ବି

ଏକ ଅତୁଳନୀୟ ପ୍ରେମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance