ଅନ୍ତହୀନ ପ୍ରତୀକ୍ଷା
ଅନ୍ତହୀନ ପ୍ରତୀକ୍ଷା
ସୁନେଲୀ ସ୍ବପ୍ନତକ ସମାଧି ନେଲା
ପ୍ରଣୟ ହେଲା ଆବେଗ ଶୂନ୍ୟ
ଇଛା ଅନିଚ୍ଛାର ପ୍ରଶ୍ନ ବି ଆଉ କାହିଁ
ନାଁ ଅଛି ଆଭାରେ ପୂର୍ବର ସେ ଉଜ୍ଜ୍ୱଳ ବର୍ଣ୍ଣ ,
ଯେଉଁଠି ଇତସ୍ତତଃ ବର୍ତ୍ତମାନ
ଅନିଶ୍ଚିତ ପୁଣି ଭବିଷ୍ୟତ
ସେଠି ଆଉ ପ୍ରତୀକ୍ଷାର କ'ଣ ଅଛି ମାନେ;
ବୁଝାମଣାର ବାହାରେ ଯଦି ସବୁ ଅଜ୍ଞାତବାସ
କାହାକୁ ନେଇ ବଞ୍ଚିବ ମଣିଷ
ମରି ମରି ଏଠି ନୀତି ଦିନେ !
ଏମିତି ବି ସମୟ ଅଫେରା ନଈ
ବୋହିଯାଏ ଆଗକୁ ଆଗକୁ ଦୁଇ କୂଳ ଖାଇ
ସଂପର୍କକୁ ଉଜଡା ଫସଲ ପରି
ଶୂନ୍ୟେ ଶୂନ୍ୟେ ଅଚିରେ ଭସେଇ,
ତେବେ କ'ଣ ଠିକ୍ ହେବ
ସ୍ମୃତି କୁ ଜାବୋଡି ଧରି
ପ୍ରତୀକ୍ଷାରେ ସାରା ଜୀବନ କାଟିଦେବା ;
ନାଁ ସବୁକୁ ପାଶୋରି ଦେଇ
ପୁଣି ଥରେ ନୂଆକରି ନୀଡଟେ ରଚିବା !