STORYMIRROR

Amit Bal

Tragedy Classics Inspirational

3  

Amit Bal

Tragedy Classics Inspirational

ଅନ୍ତହୀନ ପ୍ରତୀକ୍ଷା

ଅନ୍ତହୀନ ପ୍ରତୀକ୍ଷା

1 min
166


ସୁନେଲୀ ସ୍ବପ୍ନତକ ସମାଧି ନେଲା

ପ୍ରଣୟ ହେଲା ଆବେଗ ଶୂନ୍ୟ

ଇଛା ଅନିଚ୍ଛାର ପ୍ରଶ୍ନ ବି ଆଉ କାହିଁ

ନାଁ ଅଛି ଆଭାରେ ପୂର୍ବର ସେ ଉଜ୍ଜ୍ୱଳ ବର୍ଣ୍ଣ ,


ଯେଉଁଠି ଇତସ୍ତତଃ ବର୍ତ୍ତମାନ

ଅନିଶ୍ଚିତ ପୁଣି ଭବିଷ୍ୟତ

ସେଠି ଆଉ ପ୍ରତୀକ୍ଷାର କ'ଣ ଅଛି ମାନେ;

ବୁଝାମଣାର ବାହାରେ ଯଦି ସବୁ ଅଜ୍ଞାତବାସ

କାହାକୁ ନେଇ ବଞ୍ଚିବ ମଣିଷ

ମରି ମରି ଏଠି ନୀତି ଦିନେ !


ଏମିତି ବି ସମୟ ଅଫେରା ନଈ

ବୋହିଯାଏ ଆଗକୁ ଆଗକୁ ଦୁଇ କୂଳ ଖାଇ

ସଂପର୍କକୁ ଉଜଡା ଫସଲ ପରି 

ଶୂନ୍ୟେ ଶୂନ୍ୟେ ଅଚିରେ ଭସେଇ,


ତେବେ କ'ଣ ଠିକ୍ ହେବ

ସ୍ମୃତି କୁ ଜାବୋଡି ଧରି

ପ୍ରତୀକ୍ଷାରେ ସାରା ଜୀବନ କାଟିଦେବା ;

ନାଁ ସବୁକୁ ପାଶୋରି ଦେଇ

ପୁଣି ଥରେ ନୂଆକରି ନୀଡଟେ ରଚିବା !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy