STORYMIRROR

ଡୁଲେଶ୍ବର କୁମାର ସାହୁ

Tragedy

3  

ଡୁଲେଶ୍ବର କୁମାର ସାହୁ

Tragedy

ଝର୍କା

ଝର୍କା

1 min
161


ଝର୍କା ବାହାରେ ‌ଅନେକ ଜୀବନ

ଦେଖିବାକୁ ମିଳେ

କେବେ ଖେଳୁଥିବା ପବନକୁ

ଭାସୁଥିବା ମେଘକୁ ତ କେବେ

ନାଚୁଥିବା ଗଛକୁ ଦେଖି

କିଛି ମୁହୂର୍ତ୍ତ ଟାଇମ୍ ପାସ୍ ହୋଇଯାଏ ।


ଖୋଲା ଆକାଶର ଫାଙ୍କା ପବନ

ଝର୍କା ଦେଇ ଦଉଡି ଆସେ

ମୋ ପାଖକୁ ମୁଁ ନୀରବରେ 

ଚୁପଚାପ୍ ଶୋଇ ଥିବାବେଳେ

ସେ ନିତିଦିନ ଆସେ

ମୋ ସାଥେ ବଦମାସି କରିବାକୁ ।


କେବେ କାନ୍ଦେ - କେବେ କନ୍ଦାଏ

କେବେ ହସେ - କେବେ ହସାଏ

କେବେକେବେ ଆରାମ୍ ଚେୟାର୍ ଉପରେ‌ ବସି

ଟେବୁଲ୍ ଉପରେ ଥିବା ବହିକୁ

ଓଲଟାଇ ଦେଖେ

ତା ଭିତରେ ଥିବା

ଭାରତର ମାନଚିତ୍ର ବା 

ଅଙ୍କାବଙ୍କା ବାଟ

ହଜାରେ ପ୍ରେମିକର ପ୍ରେମ କାହାଣୀ

ଲକ୍ଷେ ଜୀବନର ‌କଥା ।


ଗଛ ନାଚୁଥିବାର‌ ଦୃଶ୍ୟ

ଝର୍କା ଭିତରୁ ଲୁଚି ଲୁଚି ‌ଦେଖେ ପବନ

ପବନ‌ ତା ନାଚରେ‌ ହଜିଯାଏ

ତା ଦୁଇ ପାଦ ନଚାଇ ଦିଏ ।


ଝର୍କା ଭିତରୁ ଆକାଶର

ଦୁଇଟି‌ ମୁହଁ ଦିସେ

ଗୋଟେ ମୁହଁ - ନୀଳ

ଆଉ ଗୋଟେ ମୁହଁ - ଧଳା ।


ଝର୍କା ଭିତରୁ ବିହଙ୍ଗର 

ହଜାରେ ‌ଜୀବନ ଦିସେ

କେତେବେଳେ ଦଳ ଦଳ

ତ କେତେବେଳେ ଏକା ଏକା ଯାଆନ୍ତି ।


ଝର୍କା ଭିତରୁ ଅନେକ

ମଣିଷ ଦେଖିହୁଏ

ଚିହ୍ନା ଓ ଅଚିହ୍ନା ।


ଝର୍କା ଭିତରୁ ଅନେକ କିଛି

ଦେଖିବାକୁ ମିଳେ

ଗୋଟେ ପକ୍ଷୀ ତା ଛୁଆକୁ

ଖାଦ୍ୟ ନଉଥିବାର ଦୃଶ୍ୟ


ସ୍କୁଲ ପିଲା ତା ସାଙ୍ଗକୁ

ପଚାରୁ ଥିବା ଅନେକ ପ୍ରଶ୍ନ ।



Rate this content
Log in

Similar oriya poem from Tragedy